ପୌର ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର: ମାଷ୍ଟର ଟ୍ରେନ୍‌ରଙ୍କୁ ମିଳିଲା ଇଭିଏମ୍ ଟ୍ରେନିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର । ପ୍ରତି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ତାଲିମ ଦେଉଛନ୍ତି ଏକ୍ସପର୍ଟ । ତାଲିମ ଶିବିରରେ ଆଜି ୧୫ ଜିଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଛନ୍ତି ।
ଆସନ୍ତାକାଲି ଆଉ ୧୫ ଜିଲାର ମାଷ୍ଟରଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥର ପୌର ନିର୍ବାଚନ ନୋଟାର ବ୍ୟବହାର ସାଙ୍ଗକୁ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ପ୍ରତି ବୁଥରେ ୨ଟି ଇଭିଏମ ରହିବ । ଇଭିଏମର ବିସ୍ତୃତ ପରିଚାଳନା ବାବଦରେ ପ୍ରଶିକ୍ଷଣ ଦିଆଯାଉଛି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟର ୪୮ଟି ପୌର ପରିଷଦ, ୫୯ଟି ଏନଏସି ଓ ୩ ଟି ମହାନଗର ନିଗମର ୧୯୩୧ ୱାର୍ଡରେ ୪୫୮୪ ବୁଥରେ ମତ ଦାନ ଦେବ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ୮ଜାନୁଆରୀରେ  ତିନି ମହାନଗର ନିଗମ ପାଇଁ ସୀମା ନିର୍ଦ୍ଧାରଣ ଓ ୱାର୍ଡ ଚିଠା ସଂରକ୍ଷଣ ତାଲିକା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏକ ବିଜ୍ଞପ୍ତି ଜରିଆରେ ଏହି ତାଲିକା ଉପରେ ବିଭାଗ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଅଭିଯୋଗ ଆହ୍ୱାନ କରିଥିଲେ । ଏବଂ ୧୦ ଦିନ ଭିତରେ ଜନସାଧାରଣ ଅଭିଯୋଗ ଓ ପ୍ରସ୍ତାବ ଦେଇପାରିବେ। ଅଭିଯୋଗ ଓ ପ୍ରସ୍ତ‌ାବ ଉପରେ ବିଚାର କରି ବିଭାଗ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ। ୧୦ଦିନ ପରେ ଆସିଥିବା ପ୍ରସ୍ତାବ ଓ ଅଭିଯୋଗ ଗ୍ରହଣୀୟ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ଏଥି ସହିତ ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳା ଏବଂ କଟକ ମହାନଗର ନିଗମର ମେୟର ପଦବୀ ଅଣସଂରକ୍ଷିତ ରହିଛି ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନରେ ବିଳମ୍ୱ ନେଇ ଅଭିଯୋଗ କରୁଥିଲେ, ଏବେ ଘୁଞ୍ଚାଇବାକୁ ଦାବି କରୁଛନ୍ତି

Leave a Reply