ଭାଦ୍ର ପୂର୍ଣ୍ଣିମା ୨୦୨୧: ଜାଣନ୍ତୁ କେବେ ଭାଦ୍ର ପୂର୍ଣ୍ଣିମା, ଏହାର ଶୁଭ ମୁହୂର୍ତ୍ତ ଏବଂ ବ୍ରତର ମହତ୍ତ୍ୱ

1 min read

ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିକୁ ଭାଦ୍ର ପୂର୍ଣ୍ଣିମା କୁହାଯାଏ । ଏହିଦିନ ଉମା ମାହେଶ୍ୱର ବ୍ରତ କରାଯାଏ । ଏହି ଦିନଠାରୁ ପିତୃପକ୍ଷ ବା ଶ୍ରାଦ୍ଧ ଆରମ୍ଭ ହୋଇଥାଏ । ଚଳିତ ଥର ଭାଦ୍ର ପୂର୍ଣ୍ଣିମା ସୋମବାର, ୨୦ ସେପ୍ଟେମ୍ବରରେ ପାଳନ ହେବ । ୨୦ ସେପ୍ଟେମ୍ବରରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ଶ୍ରାଦ୍ଧ ରହିବ ।

ଜ୍ୟୋତିଷାଚାର୍ଯ୍ୟ ଡାକ୍ତର ଅରବିନ୍ଦ ମିଶ୍ରଙ୍କ କହିବା ହେଉଛି ଭାଦ୍ରପଦ ପୂର୍ଣ୍ଣିମା ଦିନ ପ୍ରଭୁ ସତ୍ୟ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ବଡ଼ ଲାଭ ମିଳିଥାଏ । ଏହି ଦିନ ବ୍ରତ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ । ଜୀବନରେ ସୁଖ ଓ ସମୃଦ୍ଧି ମିଳିଥାଏ ଏବଂ ଭଗବାନ ସତ୍ୟ ନାରାୟଣଙ୍କ କୃପା ବୃଷ୍ଟି ହୁଏ । ଭାଦ୍ର ପୂର୍ଣ୍ଣିମା ଦିନ ନଦୀ, ପୋଖରୀରେ ସ୍ନାନ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।

ଭାଦ୍ର ପୂର୍ଣ୍ଣିମାରେ ଚନ୍ଦ୍ରମା ୧୬ କଳାରେ ପରିପୂର୍ଣ୍ଣ ରହିଥାଏ । ଏହି ଦିନ ବ୍ରତ ରଖି ଚଦ୍ରମାଙ୍କ ବିଶେଷ ଉପାସନା କରାଯାଏ । ତେବେ ଚଳିତ ଥର ପୂର୍ଣ୍ଣିମା ତିଥି ଭୋର୍‌ ୫ଟା ୨୮ ମିନିଟରେ ଆରମ୍ଭ ହେବ । ଏହାର ସମାପନ ୨୧ ସେପ୍ଟେମ୍ବର ୨୦୨୧ ସକାଳ ୫ଟା ୨୪ ମିନିଟରେ ହେବ ।

ମତ୍ସ୍ୟ ପୁରାଣରେ ଏହି ବ୍ରତ ବିଷୟରେ ଉଲ୍ଲେଖ ରହିଛି । ପୌରାଣିକ କଥା ଅନୁସାରେ, ଏକଦା ମହର୍ଷି ଦୁର୍ବାଶା ଭଗବାନ ଶଙ୍କରଙ୍କ ଦର୍ଶନ କରି ଫେରୁଥିଲେ । ଫେରିବା ସମୟରେ ରାସ୍ତାରେ ତାଙ୍କ ସାକ୍ଷାତ ଭଗବାନ ବିଷ୍ଣୁଙ୍କ ସହିତ  ହେଲା । ଭଗବାନ ଶଙ୍କରଙ୍କ ଠାରୁ ଆଣିଥିବା ବେଲପତ୍ର ମାଳା ଭଗବାନ ବିଷ୍ଣୁଙ୍କୁ ଦେଲେ । ଭଗବାନ ବିଷ୍ଣୁ ସେହି ମାଳାକୁ ନିଜେ ନ ପିନ୍ଧି ଗରୁଡ଼ଙ୍କୁ ଦେଲେ । ଏଥିପାଇଁ ମହର୍ଷି ଦୁର୍ବାଶା ରାଗିଯାଇ ଭଗବାନ ବିଷ୍ଣୁଙ୍କୁ ଅଭିଶାପ ଦେଲେଯେ, ମା ଲକ୍ଷ୍ମୀ ତାଙ୍କଠାରୁ ଦୂରେଇ ଯିବେ ଏବଂ କ୍ଷୀର ସାଗର ଛଡ଼ାଇ ନିଆଯିବ । ଶେଷନାଗ ମଧ୍ୟ ସାହାଯ୍ୟ କରିପାରିବେ ନାହିଁ । ଏହାପରେ ଦୁର୍ବାଶାଙ୍କୁ ପ୍ରଣାମ କରି ଏଥିରୁ ମୁକ୍ତି ପାଇଁ ଉପାୟ ପଚାରିଲେ ବିଷ୍ଣୁ । ଯାହାପରେ ଉମା-ମହେଶ୍ୱର ବ୍ରତ କରିବା ପାଇଁ ଉପାୟ କହିଥିଲେ ଦୁର୍ବାଶା । ଏହାପରେ ଭଗବାନ ବିଷ୍ଣୁ ଏହି ବ୍ରତ କଲେ ଏବଂ ସବୁକିଛି ଫେରି ପାଇଲେ ।

Leave a Reply