ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ, ସେପ୍ଟେମ୍ବର ପହିଲାରେ ଖୋଲିବ ମନ୍ଦିର

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୂଯାୟୀ ଶ୍ରୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନି ଗୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛନ୍ତି । ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ସୋଆ ବିଶ୍ବ ବିଦ୍ୟାଳୟ ବହନ କରିବ ।

Leave a Reply