ରାଜନୀତିକୁ ବାଏ ବାଏ କଲେ ବାବୁଲ, ଫେସବୁକରେ ଲେଖିଲେ ଏମିତି…

1 min read

ନୂଆଦିଲ୍ଲୀ : ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ନେତା ତଥା ବଲିଉଡ୍ ଗାୟକ ବାବୁଲ ସୁପ୍ରିୟୋ । ଏନେଇ ବାବୁଲ ଶନିବାର ଦିନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ରାଜନୀତି ଛାଡିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟୋ  । ସୋସିଆଲ ମିଡିଆରେ ବିଜେପି ନେତା ବାବୁଲ ସୁପ୍ରିୟୋ କହିଛନ୍ତି , ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । ସୂଚନାଯୋଗ୍ୟ ଯେ, ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ ନିକଟରେ ସରିଥିବା ପଶ୍ଚିମବଙ୍ଗ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ ।

ତେବେ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ବାବୁଲ ଶନିବାର ଦିନ ରାଜନୀତିରୁ ସନ୍ନ୍ୟାସ କଥା ଘୋଷଣା କରି ଫେସବୁକରେ ଲେଖିଛନ୍ତି ଯେ, ରାଜନୀତି ଛାଡୁଛି କିନ୍ତୁ ଟିଏମସି,କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହିଁ । ସମାଜ ସେବା ପାଇଁ ରାଜନୀତିରେ ରହିବା କିଛି ଜରୁରୀ ନୁହେଁ । ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବାବୁଲଙ୍କୁ ପଦ ମିଳିନଥିଲା ।

https://www.facebook.com/BabulSupriyoOfficial/posts/4344085975634177

ସେହିପରି ୨୦୨୧ କୋଲକତା ବିଧାନସବା ନିର୍ବାଚନ ସମୟରେ ବାବୁଲ ସୁପ୍ରିୟୋଙ୍କୁ ଦଳ ବିଧାୟକ ଭାବେ ଲଢିବା ପାଇଁ ଘୋଷଣା କରିଥିଲା  । ସୂଚନା ମୁତାବକ ବାବୁଲ ସୁପ୍ରିୟୋଙ୍କ ଅନିଛା ସ୍ୱତେ ଦଳ ତାଙ୍କୁ ବିଧାୟକ ଭାବେ ଲଢିବା ପାଇଁ ଟିକେଟ ପ୍ରଦାନ କରିଥିଲା   । ବିଧାନସଭା ନିର୍ବାଚନରେ ବିପୁଳ ପରାଜୟ ହୁଅନ୍ତି ବାବୁଲ  । ସେହିପରି ନିର୍ବାଚନ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାସୀନ ନହେଲେ ମଧ୍ୟ ବିପକ୍ଷ ଦଳ ଭାବେ ଉଭା ହୁଅ  । କିନ୍ତୁ ଏହି ସମୟରେ କେନ୍ଦ୍ରୀୟ ନେତୃତ୍ୱ ବାବୁଲଙ୍କୁ ଅଣଦେଖା କରିଥିବା ମଧ୍ୟ ଆଭାସ ମିଳେ  । ୟେଉଁଥିରେ ଅସନ୍ତୁଷ୍ଟ ରହିଥିଲେ ବିଜେପି ନେତା ବାବୁଲ ସୁପ୍ରିୟୋ  ।

ଅନ୍ୟପଟେ ପଶ୍ଚିମବଙ୍ଗରେ ବିଜେପିର ପରାଜୟକୁ ନେଇ ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବାବୁଲ  । ସେ କହିଛନ୍ତି ବିଜେପି ପରାଜୟକୁ ମୁଁ ସ୍ୱୀକାର କରୁଛି, ମୋର ମଧ୍ୟ କେଉଠି ନା କେଉଁଠି ତ୍ରୁଟି ରହିଛି  । ଏହା  ସହିତ ବିଜେପିର ପରାଜୟରେ ତ୍ରୁଟି ଥିବା ନେଇ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ଗ୍ରହଣ କରନ୍ତୁ  । ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପିର ସ୍ଥିତି ମଜଭୁତ ରହିଛି  । ବିଜେପିରେ ନେତା କମ ନାହାଁନ୍ତି  । ତେଣୁ ମୁଁ ଯଦି ରାଜନୀତିରୁ କିମ୍ବା ଦଳରୁ ବିଦାୟ ନେଉଛି, ତାହା ଦଳ ଉପରେ କୌମସି ପ୍ରଭାବ ପକାଇବ ନାହିଂ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ  ।

ଏଥିସହିତ ବାବୁଲ କହିଛନ୍ତି, ଯେତେବେଳେ ବିଜେପିରେ କେହି ନଥିଲେ, ସେତେବେଳେ ମୁଁ ଦଳରେ ମିଶିବା ନେଇ ନିଷ୍ପତ୍ତି ନେଇଥିଲି  । ଅନେକ ସମସ୍ୟା, ଅନେକ ଦୁସ୍ଥିତିର ସାମ୍ନା କରିବାକୁ ମୋତେ ପଡିଛି  । ଦଳକୁ କ୍ଷମତାସୀନ କରିବା ନେଇ ଅନେକ ପ୍ରୟାସ କରିଛି  । କିନ୍ତୁ ବର୍ତ୍ତମାନ ଦଳରେ ନେତା କମ ନାହାଁନ୍ତି ବୋଲି କହିଛନ୍ତି  । ବାବୁଲଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ଏକତା ସ୍ପଷ୍ଟ ଯେ କେଉଁଠି ନା କେଉଁଠି ଦଳରେ ତାଙ୍କୁ ଅଣଦେଖା କରାଯାଇଛି  । ଏମିତିକି ସଦ୍ୟ ସମ୍ପ୍ରସାରଣ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମଧ୍ୟ ବାବୁଲଙ୍କୁ ସାମିଲ କରାଯାଇନଥିଲା  । ତେଣୁ ଏବଳି ସମସ୍ତ ପରିସ୍ଥିତିକୁ ଭିତ୍ତି କରି ବଲିଉଡ ଗାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିକୁ ବାଏ ବାଏ କରିଛନ୍ତି  ।

 

Leave a Reply