କରୋନା ମାଡ଼, ରାଜ୍ୟରେ ବନ୍ଦ ହେଲା ୮୦% ବସ୍

Around 80 Percentage Buses Are Off Road In Odisha For Corona

ଭୁବନେଶ୍ୱର: ଘରୋଇ ବସ ସେବା ଉପରେ କରୋନା ଚଡକ ପଡିଛି। ଯାହା ଫଳରେ ରାଜ୍ୟରେ ବନ୍ଦ ହୋଇଛି ୮୦ ପ୍ରତିଶତ ବସ । କରୋନା ସଂକ୍ରମଣ ଅଭାବରୁ ବସ୍ ଗୁଡିକରେ ଧିରେ ଧିରେ ଯାତ୍ରୀ ଅଭାବ ପରିଲିକ୍ଷିତ ହେଉଛି । ଯାହା ଫଳରେ ବନ୍ଦ ହୋଇଛି ବସ । ବର୍ତ୍ତମାନ ସୁଦ୍ଧା ୧୨ ହଜାର ବସ ଅଫରୋଡ ହୋଇଛି । ଏବେ ମାତ୍ର ୨୦୦୦ ବସ୍ ଚାଲୁଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ସୋମବାର ଠାରୁ ଆଉ କିଛି ବସ ବନ୍ଦ ହେବା ଆଶଙ୍କା ରହିଛି। ଯାତ୍ରୀ ନହେବାରୁ ବ୍ୟବସାୟରେ କ୍ଷତି ହେବାରୁ ମାସ ଆରମ୍ଭରୁ ଅଫରୋଡ କରୁଛନ୍ତି ମାଲିକ । ୫୬ ହଜାର ବସ କର୍ମଚାରୀ ଜୀବିକା ହରାଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଲା ଘରୋଇ ବସ ମାଲିକ ସଂଘ ।

Around 80 Percentage Buses Are Off Road In Odisha For Corona

ତେବେ ବସ୍ ମାଲିକ ମାନଙ୍କ କ୍ଷତି ହେଉଥିବାରୁ ଇନ୍ସ୍ୟୁରାନ୍ସ ଏବଂ ଇଏମଆଇ କୋହଳ ପାଇଁ ଦାବି  କରିଛନ୍ତି। ବ୍ୟାଙ୍କ ଏବଂ ଜୀବନ ବୀମା କମ୍ପାନୀ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ମଧ୍ୟ ସଂଘ ଚିଠି ଲେଖିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ।

Leave a Reply