ଯଦି ଏହି ଶୋ’ରେ ହିଟ୍ ହେବାକୁ ଚାହୁଁଛ ତାହାଲେ ମୋତେ ପ୍ରେମ କର !

ମୁମ୍ବାଇ: କଙ୍ଗନା ରଣାୱତଙ୍କ ରିୟଲିଟି ଶୋ’ ଲକଅପ୍ କୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ଶୋ’ରେ ପ୍ରତିଯୋଗୀ ସେମାନଙ୍କ ଜୀବନ କିଛି ଗୁପ୍ତ କଥାକୁ ସାମ୍ନାକୁ ଆଣୁଥିବାର ଦେଖାଯାଉଛି । ପ୍ରସଂଶକ ମଧ୍ୟ ସେମାନଙ୍କୁ ଖୁବ୍ ପସନ୍ତ କରୁଛନ୍ତି । ଶୋ’ର ପ୍ରତିଯୋଗୀ ଅଞ୍ଜଲି ଅରୋରା ଅଭିନେତା କରଣବୀର ବୋହରାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଗୁରୁବାର ଏପିସୋଡରେ ଅଞ୍ଜଲି କମେଡ଼ିଆନ ମୁନବର ଫାରୁକିକୁ କହିଛନ୍ତି ଯେ,କରଣବୀର ଆସି ତାଙ୍କୁ କହିଛନ୍ତି ତୁମେ ଶୋ’ରେ ଏମିତି ଦେଖାଅ ଯେମିତି ତମର ମୋ ଉପରେ କ୍ରସ ଅଛି ।

ଅଞ୍ଜଲି କହିଛନ୍ତି ଯେ, କରଣବୀର ମୋତେ କହିଛନ୍ତି ଯେ, ଏକ ତରଫା ପ୍ରେମ ଏହିସବୁ ଶୋ’ରେ ଚାଲେ । ମୋର ବୟସ ହୋଇଯାଇଛି କିନ୍ତୁ ତମେ ଏବେ ୟଙ୍ଗ ଅଛ । ଯଦି ତୁମେ ମୋତେ ପସନ୍ଦ କରିବା ଆରମ୍ଭ କରିଦେବ ତେବେ ଲୋକଙ୍କୁ ମଧ୍ୟ ଏହା ପସନ୍ଦ ଆସିବ । ଅଞ୍ଜଲି ପୁଣି ଯେତବେଳେ କରଣବୀର ପଚାରି ଥିଲେ ଯେ, ମୋତେ କଣ କରିବାକୁ ପଡ଼ିବ ସେତେବେଳେ କରଣବୀର କହିଥିଲେ ଯେ, ମୋତେ ଏମିତି ଦେଖାଇବାକୁ ପଡ଼ିବ ଯେମିତି ମୁଁ କରଣବୀରଙ୍କ ପାଇଁ ଦିୱାନୀ ।

ଏହାପରେ ମୁନବର ଅଞ୍ଜଲିକୁ କହିଛନ୍ତି ଯେ, ତୁମେ ଏକଥା କହିବାକୁ ଏତେ ସମୟ କାହିଁକି ନେଲ । ତମେ କଣ ଟ୍ରାଏଲ କରିବାକୁ ଚାହୁଁଥିଲ କି ? ମୁନବରକୁ ଉତ୍ତରରେ ଅଞ୍ଜଲି କହିଥିଲେ ଯେ,  ତୁମେ କଣ ଏକଥାରେ ସିରିୟସ ଅଛ ତୁମେ ଏ କଥା ଚିନ୍ତା ବି କେମିତି କରିପାରୁଛ ।