କାନାଡ଼ାର ପ୍ରଥମ ହିନ୍ଦୁ ରକ୍ଷାମନ୍ତ୍ରୀ ଅନୀତା

କାନାଡ଼ା: କାନାଡ଼ର ପ୍ରତୀରକ୍ଷା ଗାଦି ସମ୍ଭାଳିବାରେ ପ୍ରଥମ ହିନ୍ଦୁ ମହିଳା ହେବାର ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ । ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ପ୍ରତୀରକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନୀତା । ଏହାସହ କାନାଡ଼ା ଇତିହାସରେ ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହେବାର ମଧ୍ୟ ଗୌରବ ଅର୍ଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରତୀରକ୍ଷା ମନ୍ତ୍ରୀ ହରଜିତ ସିଂହଙ୍କୁ ହଟାଇ ଅନୀତାଙ୍କୁ ଏହି ଦାୟତ୍ବ ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ପଦ ସମ୍ବାଳିବା ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଅନୀତା କହିଛନ୍ତି, ‘କାନାଡ଼ା ସେନାର ସୁରକ୍ଷାକୁ ସୁନିଶ୍ଚିତ କରିବା ମୋର ପ୍ରଥମ କର୍ତ୍ତବ୍ୟ ହେବ ।’ ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ କାନାଡ଼ା ପାଇଁ ଭ୍ୟାକ୍ସିନ କିଣିବା ଓ ଏହାର ବିତରଣ ସୁନିଶ୍ଚିତ କରିବା ଦାୟିତ୍ବ ଅନୀତାଙ୍କ ଉପରେ ଥିଲା ।

ସୋସିଆଲ ମିଡ଼ିଆରେ ଅନୀତା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ଲେଖିଛନ୍ତି, ‘କାନାଡ଼ା ସେନା ଦେଶବାସୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇ ନଥାନ୍ତି । ସେମାନଙ୍କୁ ସୁରକ୍ଷିତ ଓ ସ୍ବସ୍ଥ ବାତାବରଣ ଦେବା ଆମର କର୍ତ୍ତବ୍ୟ ।’

୫୪ ବର୍ଷୀୟ ଅନୀତା ପେଶାରେ ଜଣେ ଓକିଲ । ୨୦୧୯ରେ ପ୍ରଥମ ଥର ସେ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ରକ୍ଷା ମନ୍ତ୍ରାଳୟ ସମ୍ଭାଳିବାରେ ଅନୀତା ହେଉଛନ୍ତି ଦେଶର ଦ୍ବିତୀୟ ମହିଳା । ଏହା ପୂର୍ବରୁ ୧୦୯୦ରେ କିମ୍ କାମ୍ବେଲ ଏହି ଦାୟିତ୍ବ ସମ୍ବାଳି ଥିଲେ । ଅନୀତାଙ୍କ ବାପା ତାମିଲନାଡୁର ହୋଇଥିବା ବେଳେ ମାଆ ପଞ୍ଜାବର ।

କାହିଁକି ହଟିଲେ ହରଜିତ ?

କାନାଡ଼ାର କିଛି ଅଧିକାରୀଙ୍କ ବିରୋଧରେ ମହିଳା ଯବାନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସୁଥିଲା । ଯାହାକୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ହରଜିତ ସିଂ ସଜ୍ଜନ ସଠିକ ଢଙ୍ଗରେ ସମ୍ଭାଳି ପାରି ନଥିବା ନେଇ ତାଙ୍କ ଉପରେ ଆରୋପ ଲାଗିଥିଲା । ଏମିତି ସ୍ଥିତିରେ ପ୍ରତିରକ୍ଷା ବିଶେଷଜ୍ଞମାନେ ବି ଅନୀତାଙ୍କୁ ମନ୍ତ୍ରୀ କରିବାକୁ ଦାବି କରି ଆସୁଥିଲେ । ସେମାନଙ୍କ ମତ ଥିଲା ଜଣେ ମହିଳାଙ୍କୁ ଏହି ଦାୟିତ୍ବ ଦିଆଗଲେ ସେନାରେ ଯୌନ ଶୋଷଣର ଶିକାର ହୋଇଥିବା ମହିଳା ଯବାନଙ୍କ ପାଖକୁ ପଜିଟିଭ ବାର୍ତ୍ତା ଯିବ ।

Leave a Reply