ଓଡିଆ କାରିଗରଙ୍କ ନିଆରା ପ୍ରୟାସ, ଗଲୱାନ ବୀରଙ୍କୁ ଜଣାଇଲେ ବାଉଁଶରେ ଶ୍ରଦ୍ଧାଞ୍ଜଳୀ

ଅନୁଗୁଳ: ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ନିଜର ବାଉଁଶ ହସ୍ତକଳା ମାଧ୍ୟମରେ ବୀର ଯବାନ ମାନଙ୍କ ସମ୍ମାନ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ତାଙ୍କ ସହିଦକୁ ଏକ ବର୍ଷ ପୁରିଥିବା ବେଳେ ଯବାନଙ୍କ  ଉଦେଶ୍ୟରେ ରଜତ ରଞ୍ଜନ ନାଥ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ନିଜ କଳା ସାହାଯ୍ୟରେ ସହିଦ ଯବାନ ଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଛନ୍ତି । ବୀର ଯବାନ ମାନଙ୍କୁ ଆନ୍ତରିକତାର ସହିତ ନିଜ କଳା ସାହାଯ୍ୟରେ ବାଉଁଶରେ ଯବାନ ମାନଙ୍କ ଚିତ୍ର ଆଙ୍କି ତାଙ୍କୁ ଭକ୍ତିପୃତ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଏହି ନିଆର ଢଙ୍ଗରେ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକୁ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ରଜତ ରଞ୍ଜନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ରାଜ୍ୟ ତଥା ଦେଶ ସ୍ଥରରେ ନିଜ କଳାର ପ୍ରଚାର ପ୍ରସାର କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Leave a Reply