ପୋଲିସ ବାବୁଙ୍କ ବିରୋଧରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ: ନିଲମ୍ୱିତ କଲେ ଏସ୍‌ପି ସାରା ଶର୍ମା

ଗଜପତି: ପୁଣି ଖାକିରେ ଲାଗିଲା ଦାଗ । ପୋଲିସ ବାବୁଙ୍କ ବିରୋଧରେ ଲଭ୍‌, ସେକ୍ସ ଓ ଧୋକ୍କାର ଅଭିଯୋଗ । ଆର. ଉଦୟଗିରି ଥାନା ଏସ୍‌ଆଇ ରମେଶ ଜେନାଙ୍କ ବିରୋଧ ଆସିଛି ଏଭଳି ଅଭିଯୋଗ । ଆଉ ଏହା ପରେ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି ସମ୍ପୃକ୍ତ ପୋଲିସ ଅଧିକାରୀ ।

R Udayagiri SDPO – prameyanews.com

ଅଭିଯୋଗ ଅନୁଯାୟୀ, ଜନୈକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଆର. ଉଦୟଗିରି ଥାନା ଏସ୍‌ଆଇ । କିନ୍ତୁ ପରେ ବିବାହ ପାଇଁ କହିବାରୁ ପ୍ରତାରିତା କରିଥିବା ଅଭିଯୋଗ ହୋଇଛି । ଏଭଳି କି ଆର ଉଦୟଗିରି ଥାନା ଅଧିକାରୀଙ୍କ ସମ୍ମୁଖରେ ବିବାହର ପ୍ରତିଶ୍ରୁତି ଦେଇଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା ।

ଏ ନେଇ ପୂର୍ବରୁ ପୁରୀ ସଦର ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଯୁବତୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ଏବଂ ବିନା ଅନୁମତିରେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି ଗଜପତି ଏସ୍‌ପି । ତେବେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ଆଗୁଆ ଜାମିନ ଆଣିଛନ୍ତି । ଏବଂ ପୁରୀରୁ ଭୁବନେଶ୍ୱର ଦେଇ ଆର ଉଦଗିରିରେ ରହିଥିବାରୁ କ୍ୱାରେଣ୍ଟାଇନ୍‌ରେ ରହିଥିବା ସୂଚନା ରହିଛି ।

Leave a Reply