RRR ତ ଖାଲି ଟ୍ରେଲର, ଆଗକୁ ଏମିତି କିଛି ସାଉଥ୍ ଫିଲ୍ମ ଅଛି ଯାହା ଆଗରେ ବଲିଉଡ଼ ଫିଲ୍ମ ଫିକା

1 min read

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଆଗରେ ବଲିଉଡ଼ ଫିଲ୍ମ ଫିକା ପଡ଼ୁଛି । ସାଉଥର ଏମିତି କିଛି ଫିଲ୍ମ ଅଛି ଯେଉଁଗୁଡ଼ିକ ବିଦେଶରେ ଖୁବ୍ ସଫଳତା ହାସଲ କରିଛି । ଧିରେ ଧିରେ ଦକ୍ଷିଣ ଅଭିନେତାମାନେ ବଲିଉଡର ସୁପରଷ୍ଟାରଙ୍କ ଉପରେ ଭାରି ପଡ଼ୁଛନ୍ତି । ଏବଂ ବକ୍ସ ଅଫିସରେ ସାଉଥ ଫିଲ୍ମଗୁଡ଼ିକ ସୁପର ହିଟ୍ ହେଉଛି । ବାହୁବଲୀ, ପୁଷ୍ପା ପରେ, ଆରଆରଆର ବକ୍ସ ଅଫିସରେ ଧାମାଲ କରିଛି । କିନ୍ତୁ ଲାଗୁଛି ଏହା କେବଳ ଟ୍ରେଲର କାରଣ ଆଗକୁ ଆହୁରି ଅନେକ ଏମିତି ସାଉଥ୍ ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ଯାହା ବଡ ବଡ଼ ବଲିଉଡ ଫିଲ୍ମକୁ ମାତ୍ ଦେବାରେ ସକ୍ଷମ ।

K.G.F: ଚାପ୍ଟର ୨

ରକି ପୁଣି ଫେରୁଛି । ୟଶଙ୍କ ଚଳଚ୍ଚିତ୍ର KGF ଅଧ୍ୟାୟ 2 ପୁଣି ଥରେ ପରଦାକୁ ଓହ୍ଲାଇବାକୁ ଯାଉଛି । ୟଶ, ସଞ୍ଜୟ ଦତ୍ତ, ରେବୀନା ଟଣ୍ଡନ, ପ୍ରକାଶ ରାଜଙ୍କ ପରି କଳାକାରଙ୍କ ସହିତ ଏହି ଫିଲ୍ମଟି ୧୪ ଏପ୍ରିଲ ୨୦୨୨ରେ ରିଲିଜ ହେବାକୁ ଯାଉଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କେଜିଏଫର ବଜେଟ ୧୦୦ କୋଟି ରହିଛି । ଏହାର ପ୍ରଥମ ଭାଗ ବକ୍ସଅଫିସରେ ହଇଚଇ ସୃଷ୍ଟି କରିଥିଲା । ତେଣୁ ନିର୍ମାତାମାନେ କେଜିଏଫ ୨ନେଇ ସେହିଭଳି ଆସା ରଖିଛନ୍ତି ।

ଲାଇଗର

ବିଜୟ ଦେବରାକୋଣ୍ଡାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ଅଭିନେତାଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ଖୁବ୍ ଶୀଘ୍ର ବିଜୟ ଦେବରାକୋଣ୍ଡାଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ । ଲିଗରରେ ବିଜୟଙ୍କ ସହ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ୨୫ ଅଗଷ୍ଟ ୨୦୨୨ରେ ରିଲିଜ ହେବାକୁ ଯାଉଛି ।

ଆଦିପୁରଷ

ବାହୁବଳୀର ବଡ଼ ସଫଳତା ପରେ ପ୍ରଭାସଙ୍କର କୌଣସି ଫିଲ୍ମ ବକ୍ସଅଫିସରେ ସଫଳ ହୋଇପାରିନାହିଁ । କିନ୍ତୁ ଫିଲ୍ମ ନିର୍ମାତାମାନେ ପ୍ରଭାସଙ୍କ ଉପରେ ଟଙ୍କା ଲଗାଇବାକୁ ପଛାଉନାହାଁନ୍ତି । ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଯେ, ସେ ଖୁବ ଶୀଘ୍ର ଗୋଟେ ଜବଦସ୍ତ ଫିଲ୍ମ ସହ ବଡ଼ ପରଦାକୁ ଫେରିବେ ।  ଯାହା ଏବେ ରିଲିଜ ଅପେକ୍ଷାରେ ରହିଛି । ଖୁବ ଶୀଘ୍ର ଜାନୁଆରୀ ୨୦୨୩ରେ ଆଦିପୁରଷ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରଭାସ ସୈଫ ଅଲି ଖାନ ଏବଂ କ୍ରିତି ସାନନଙ୍କ ସହ ନଜର ଆସିବେ ।

ସେହିପରି ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ରରେ ସାଲାର୍ ରିଲିଜ ଅପେକ୍ଷାରେ ରହିଛି । ଏହି ଫିଲ୍ମରେ ଶ୍ରୁତି ହାସନ ଏବଂ ଜଗପତି ବାବୁ ପ୍ରଭାସଙ୍କ ସହ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ। ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ ଏବଂ ମାଲାୟାଲାମରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲ ୨୦୨୨ରେ ରିଲିଜ ହେବାର ଥିଲା। କିନ୍ତୁ KGF 2 ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି ।

ବିଷ୍ଟ

ପ୍ରଭାସ, ଅଲୁ ଅର୍ଜୁନ, ବିଜୟ ଦେବରକୋଣ୍ଡା ପରେ ଏହି ଲିଷ୍ଟରେ ସାମିଲ ଅଛନ୍ତି ବିଜୟ । ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ବିଷ୍ଟ, ଯେଉଁଥିରେ ସେ ପୂଜା ହେଗଡେଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ପୋଷ୍ଟର ଗୁଡିକୁ ଖୁବ୍ ପସନ୍ଦ କରାଯାଉଛି । ବିଜୟ ସବୁ ବେଳେ ଲୋକଙ୍କୁ ଖୁବ ଏଣ୍ଟରଟେନ କରି ଆସିଛନ୍ତି । କାରଣ ତାଙ୍କ ଫିଲ୍ମରେ ଆକ୍ସନ ସହ ଏବଂ ମନୋରଞ୍ଜନ ସମ୍ପୂର୍ଣ୍ଣ ମାତ୍ରାରେ ରହିଥାଏ ।

ଆଚାର୍ଯ୍ୟ

ଚିରଞ୍ଜୀବୀ, ରାମ ଚରଣ, କାଜଲ ଅଗ୍ରୱାଲ, ପୂଜା ହେଗଡେ, ସୋନୁ ସୁଦଙ୍କ ଚଳଚ୍ଚିତ୍ର ଆଚାର୍ଯ୍ୟ ପାଇଁ ପ୍ରଶଂସକମାନେ ଦୀର୍ଘଦିନ ଧରି ଅପେକ୍ଷା କରିଛନ୍ତି । ଏହି ଆକ୍ସନ୍ ଡ୍ରାମା ପିଲ୍ମର ବଜେଟ୍ ୧୪୦ କୋଟି ବୋଲି କୁହାଯାଉଛି । ଏହା ୨୯ ଏପ୍ରିଲ ୨୦୨୨ ରେ ରିଲିଜ ହେବାକୁ ଯାଉଛି ।

ବିକ୍ରାନ୍ତ ରୋନା

ସାଉଥ ସୁପରଷ୍ଟାର କିଚା ସୁଦୀପଙ୍କ ପ୍ରଶଂସକମାନେ ଖୁବ୍ ଶୀଘ୍ର ଅଭିନେତାଙ୍କୁ ବଡ଼ ପରଦାରେ ଦେଖିବାକୁ ଯାଉଛନ୍ତି । ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ବିକ୍ରାନ୍ତ ରୋନା ବିଷୟରେ ଚର୍ଚ୍ଚା ହେଉଛି । କିଚା ସୁଦୀପଙ୍କ ଏହି ଫିଲ୍ମରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ନଜର ଆସିବେ। ଏହା ଅନୁପ ଭଣ୍ଡାରୀଙ୍କ ଦ୍ୱାରା ନିର୍ମିତ । ଯଦିଓ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।