ଅନାଥ ୩ ପିଲାଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

1 min read

ଜୟପୁର: ୨ ବର୍ଷେ ପୂର୍ବେ ବାପା ଆରପାରିକୁ ଚାଲି ଯାଇଥିଲେ । ଆଉ ମଙ୍ଗଳବାର ମାଆ ବି ଶ୍ରୀହୀନ କରି ଚାଲିଗଲା । ଏକା ହୋଇଗଲେ ୨ ଭାଇ ଗୋଟିଏ ଭଉଣୀ । ଆହା ପଦେ କହିବାକୁ କେହି ନାହିଁ । କଅଁଳ ବୟସରେ କଷ୍ଟ କଣ ଜାଣିବା ଆଗରୁ ୩ ଭାଇ, ଭଉଣୀଙ୍କ ଉପରେ ମାଡ଼ି ବସିଛି ଦୁଃଖର ପାହାଡ଼ ।

LOCAL

କୋରାପୁଟ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ପ୍ରଶାସନ ବଢ଼ାଇଛି ସହାୟତାର ହାତ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦଶମନ୍ତପୁର ବ୍ଲକ ବଦଳିକୁଡୁମା ଗାଁରେ ପହଞ୍ଚି ୩ ଶିଶୁଙ୍କୁ ଭେଟିଛନ୍ତି । ସେମାନଙ୍କୁ ସପ୍ତାହକ ପାଇଁ ଖାଦ୍ୟ ଯୋଗାଇ ଦେଇଛନ୍ତି । ଦଶାହ କାର୍ଯ୍ୟ ପରେ ପିଉସୀଙ୍କ ପାଖରେ ଥିବା ୩ ଶିଶୁଙ୍କୁ ପରିଚର୍ଯ୍ୟା କେନ୍ଦ୍ରକୁ ପ୍ରଶାସନ ନେବ ବୋଲି ଜଣାପଡ଼ିଛି । ବ୍ଲକ ପ୍ରଶାସନ ପକ୍ଷରୁ ରେଡକ୍ରସ୍ ଓ ହରିଶ୍ଚନ୍ଦ୍ର ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ')}

Leave a Reply