ବିଜେପିରୁ ଇସ୍ତଫା ଦେଲେ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର : ବିଜେପି ଛାଡ଼ିଲେ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫାପତ୍ର । ବିଜେପିର ପ୍ରାଥମିକ ସଦସ୍ୟତାରୁ ଦେଲେ ଇସ୍ତଫା । ଦଳ ତାଙ୍କୁ କୋଣଠେସା କରୁଥିବା ଇସ୍ତଫାପତ୍ରରେ କରିଛନ୍ତି ଉଲ୍ଲେଖ । ଅଖିଳ ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପିରେ ଶୃଙ୍ଖଳା ନଥିବା କହିଛନ୍ତି । ଗତ କିଛି ଦିନ ପୂର୍ବରୁ ଅଖିଳ ପଟ୍ଟନାୟକ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିଥିଲେ ଏବଂ ସେ ସିଧା ସିଧା ଅପରାଜିତାଙ୍କୁ ଟାର୍ଗେଟ କରି କହିଥିଲେ ଟଙ୍କା ନେଇ ଅପରାଜିତା ଟିକେଟ ଦେଉଛନ୍ତି । ତେଣୁ ସେ ଦଳ ପାଇଁ ଅନେକ କିଛି କରିଥିବା କହିଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତା ଟଙ୍କା ନେଇ ଗୁଣ୍ଡା ଏବଂ ବଦନାମ ହୋଇଥିବା ନେତାଙ୍କୁ ଟିକେଟ ଦେଇଛନ୍ତି । ଶେଷରେ ଅଥିଷ୍ଠ ହୋଇ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।