ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

1 min read

ଭିନ ଡିଜେଲଙ୍କ ପାଇଁ ବଢିଲା ଅଡୁଆ । ଫାଷ୍ଟ ଆଣ୍ଡ ଫ୍ୟୁରିଅସ ର ଅଭିନେତା ଭିନ ଡିଜେଲଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଥାନାରେ ରୁଜୁ ହୋଇଛି ମାମଲା । ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି।  ହଲିଉଡ ଅଭିନେତା ଭିନ୍‌ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ଆସିଷ୍ଟାଣ୍ଟ ଆସ୍ତା ଜନସନ । ପୀଡିତା କାଲିଫର୍ଣ୍ଣିଆ କୋର୍ଟରେ ମାମଲା ରୁଜୁ କରିଛନ୍ତି।

୨୦୧୦ରେ ଆଟଲାଣ୍ଟାରେ ଫାଷ୍ଟ ଆଣ୍ଡ ଫ୍ୟୁରିଅସ ଫିଲ୍ମ ସୁଟିଂ ସମୟରେ ଭିନ୍ ଡିଜେଲ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଆସ୍ତା ଅଭିଯୋଗରେ ଦର୍ଶାଇଛନ୍ତି । ଆସ୍ତା କହିଛନ୍ତି ଯେ, ସେହି ସମୟରେ ସେ ତାଙ୍କ ସହ କାମ କରୁଥିଲେ ଆଉ ସବୁକିଛି ପରିଚାଳନା କରୁଥିଲେ ।

ସୁଟିଂ ସରିବା ପରେ ଭିନ୍ ତାଙ୍କୁ ହୋଟେଲ ରୁମକୁ ଡାକିଥିଲେ। ଭିତରକୁ ଆସିବା ପରେ ଭିନ୍ ତାଙ୍କୁ ଦୃର୍ବ୍ୟବହାର କରିଥିଲେ। ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ଜନସନ ଭୟ କରୁଥିଲେ ଯେ ଯଦି ସେ ଭିନଙ୍କ ବିରୁଦ୍ଧରେ ଯାଆନ୍ତି, ତେବେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ । ତଥାପି ସେ ସେଠାରୁ ଖସି ପଳାଇଲେ । ଅଭିଯୋଗ କରିବାରୁ ଅଭିନେତାଙ୍କ ଭଉଣୀ ପୀଡ଼ିତାଙ୍କୁ ଚାକିରିରୁ ବିଦା କରି ଦେଇଥିଲେ।  ତେବେ ଏହି ମାମଲାରେ ଭିନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଭିନ୍ ଓକିଲଙ୍କ କହିବାନୁଯାୟୀ,  ଏହି ମାମଲାକୁ ଭିନ୍ ଖଣ୍ଡନ କରିଛନ୍ତି ।  ୧୩ ବର୍ଷ ତଳେ ହୋଇଥିବା ଏହି ଘଟଣା ବିଷୟରେ ସେ ପ୍ରଥମ ଥର ପାଇଁ ଶୁଣୁଥିବା ସେ କହିଛନ୍ତି ।

ଦୀପିକା ପାଦୁକୋନ୍ ମଧ୍ୟ ଭିନ୍ ଡିଜେଲ ସହିତ କାମ କରିଛନ୍ତି। ଉଭୟ କଳାକାରଙ୍କୁ XXX ଫିଲ୍ମରେ ଦେଖିବାକୁ ମିଳିଥିଲା   ।