କେମିତି କମ୍ ଭକ୍ତରେ ହେବ ରଥଯାତ୍ରା ସେନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ
ପୁରୀ: ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ପ୍ରଥମେ ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପ।ଳକ ଓ ସିଂହାରୀ ସେବକଙ୍କ ସହ ବୈଠକ ହୋଇଛି । ଏହାପରେ ଅନ୍ୟ ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ । ତେବେ ରଥଯାତ୍ରା ରେ ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥ ଉପରେ କେତେଜଣ ସେବାୟତ ରହିବେ , ବିନା ଭକ୍ତରେ ରଥଟଣା କିଭଳି ହେବ ସେନେଇ ମୁଖ୍ୟତ ଆଲୋଚନା ହୋଇଛି ।
ତେବେ ଦଇତାପତି ଘଣ୍ଡୁଆ, ପୁଷ୍ପପାଳ, ପୂଜାପଣ୍ଡା ସେବାୟତଙ୍କ ସମେତ ନିୟୋଜିରତ ହେବାକୁ ଥିବା ବିଭି. ସେବାୟତଙ୍କ ମଧ୍ୟରୁ କୋଭିଡ 19 କଟକଣାକୁ ଦେଖି କେତେ କମ ସେବାୟତଙ୍କୁ ନେଇ ରଥଯାତ୍ରାର ନୀତିକାନ୍ତି କରିହେବ ସେନେଇ ମୁଖ୍ୟତ ବୈଠକ ରେ ଦୃଷ୍ଟି ଦିଆଯାଇଥିଲା । ତେବେ ଆଗାମୀ ପର୍ଯ୍ୟାୟରେ ଶ୍ରୀମନ୍ଦୀର ମୁଖ୍ୟପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ ।
ରତଯାତ୍ରା ନୀତୀକାନ୍ତି, ଶୃଙ୍ଖଳିତ ଭାବେ କିଭଳି କୋଭିଡ କଟକଣାରେ ସୀମିତ ସେବାୟତଙ୍କ ମଧ୍ୟରେ ରଥଯାତ୍ରା ସମ୍ପାଦନ ସହ ବିନାଭକ୍ତରେ ରଥଟଣା କିଭଳି କରାଯିବ ସେନେଇ ମୁଖ୍ୟତ ପରବର୍ତ୍ତି ସମୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।