ମହାଭାରତ : ଦ୍ରୌପଦୀଙ୍କ ବସ୍ତ୍ରହରଣ ସୁଟ୍ ପରେ କାହିଁଁକି କାନ୍ଦିଥିଲେ ରୂପା ଗାଙ୍ଗୁଲି ?

ମୁମ୍ବାଇ: ରାମାୟଣ ପରେ ଲକଡାଉନରେ ମହାଭାରତକୁ ପୁଣିଥରେ ଟେଲିକାଷ୍ଟ କରିବାକୁ କୁହାଯାଇଛି । ଯାହା ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣ ମଧ୍ୟ ହୋଇଛି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଶୋ’ର ସୁଟିଂ ସହ ଜଡିତ ଏକ ମଜାଦାର କାହାଣୀକୁ ନେଇ ଆସିଛୁ  । ଏହି ଶୋ’କୁ ବି.ଆରି ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ ।

ଏହି ଶୋ’ର ସବୁଠୁ ହିଟ୍ ଅଭିନେତ୍ରୀ ରୂପା ଗାଙ୍ଗୁଲି ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଦ୍ରୌପଦୀଙ୍କ ଏହି ଚରିତ୍ରରେ ଅଭିନୟ କରିବା ସହ ଏହି ଚରିତ୍ରକୁ ଜୀବନ୍ତ କରିଥିଲେ । ତେବେ ବି.ଆର ଚୋପ୍ରା ତାଙ୍କୁ ଏହି ଚରିତ୍ରକୁ ଜୀବନ୍ତ କରିବାରେ ସହାଯ୍ୟ କରିଥିଲେ । ସେ ରୂପା ଗାଙ୍ଗୁଲିଙ୍କୁ ଦ୍ରୌପଦୀ ଚରିତ୍ର ବିଷୟରେ ବୁଝାଇ କହିଥିଲେ, ଯଦି କୌଣସି ମହିଳାଙ୍କୁ ତା’ କେଶ ଧରି ଘୋଷାଡ଼ି ଘୋଷାଡ଼ି କୌଣସି ସଭାକୁ ଅଣାଯାଏ ଏବଂ ତାଙ୍କର ବସ୍ତ୍ରକୁ ସମସ୍ତଙ୍କ ସାମ୍ନାରେ କାଢିବାକୁ ଚେଷ୍ଟା କରାଯାଏ ତ ସେତେବେଳେ ସେ କଣ  ଅନୁଭବ କରିବେ । ତାଙ୍କୁ ଏହି ଶୋ’ରେ ସେ ସବୁକୁ ଦର୍ଶାଇବାର ଅଛି ଓ ଦ୍ରୌପଦୀଙ୍କ ଚରିତ୍ରକୁ ଜୀବନ୍ତ କରିବାର ଅଛି ବୋଲି ଚୋପ୍ରା କହିଥିଲେ । ନିର୍ଦ୍ଦେଶକଙ୍କ କଥା ମାନି ରୁପା ବସ୍ତ୍ର ହରଣର ଦୃଶ୍ୟର ସୁଟିଂ ସମୟରେ ଏତେ ହଜି ଯାଇଥିଲା ଯେ ସେ ଏହାକୁ ଅତି ସୁନ୍ଦରଭାବେ ବିନା କଟ୍ ରେ ଶେଷ କରିଥିଲେ ।

ନିର୍ମାତାମାନେ କହିଥିଲେ ଯେ ଦ୍ରୌପଦୀଙ୍କ ବସ୍ତ୍ର ହରଣର ଦୃଶ୍ୟ ଏତେ ଯନ୍ତ୍ରଣାଦାୟକ ଏବଂ ଜୀବନ୍ତ ଥିଲା ଯେ, ରୂପା ଗାଙ୍ଗୁଲି ଏହା କରିବା ସମୟରେ କାନ୍ଦିବା ଆରମ୍ଭ କରିଥିଲେ । ସେ ସେଟରେ ଏତେ କାନ୍ଦିଲେ ଯେ ନିର୍ମାତା ଏବଂ ବାକି ଷ୍ଟାର କାଷ୍ଟ ତାଙ୍କୁ ଚୁପ୍ କରିବା ପାଇଁ ଅଧ ଘଣ୍ଟା ସମୟ ଲାଗିଥିଲା । ମହାଭାରତର ବସ୍ତ୍ରହରଣ ଦୃଶ୍ୟ ପାଇଁ ନିର୍ମାତା  ୨୫୦ ମିଟରର ଶାଢି ପାଇଁ ବ୍ୟବସ୍ଥା କରିଥିଲେ ଯାହାକୁ ସମ୍ପୂର୍ଣ୍ଣଭାବେ ଏହି ଦୃଶ୍ୟରେ ବ୍ୟବହାର କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଏହି ଶୋ’ଟି ପ୍ରସାରିତ ହେବା ମାତ୍ରେ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ସାଉଁଟୁଛି । ତେବେ ଲକଡାଉନ୍ ସମୟରେ ଟିଆରପି ତାଲିକାରେ ଏହି ଶୋ ଏବେ ଦ୍ୱିତୀୟ ସ୍ଥାନରେ ରହିଛି ।

Leave a Reply