spot_img

Latest Posts

ମୁମ୍ବାଇରେ ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ :ବଲିଉଡ ଷ୍ଟାର୍ ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼। ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଟାଇଗରଙ୍କ ଉପରକୁ ଫାୟାରିଂ କରିଥିଲେ। ତେବେ ଗୁଳି ଟାଇଗରଙ୍କୁ ବାଜିନି। ସେ ଅଳ୍ପକେ ବର୍ତ୍ତିଛନ୍ତି। ମୁମ୍ଵାଇ ଜୁହୁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଟାଇଗର ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।  … ଟାଇଗର ଶ୍ରଫ ହେଉଛନ୍ତି ଭେଟେରାନ ବଲିଉଡ୍ ଷ୍ଟାର୍ ଜ୍ୟାକି ଶ୍ରଫ୍ ଙ୍କ ପୁଅ।  … ଏହି ଆକ୍ରମଣ ପଛରେ ବିଷ୍ଣୋଇ ଗ୍ୟାଙ୍ଗ ଥିବା କୁହାଯାଉଛି। ଏହି ଘଟଣା ପରେ ଗୋଟିଏ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି, ଟାଇଗରଙ୍କ ଉପରକୁ ଟାର୍ଗେଟ ପଛରେ ରହିଛି ବିଷ୍ଣୋଇ ଗ୍ୟାଙ୍ଗ। ସଲମାନ ଖାନଙ୍କ ସହିତ ଟାଇଗର କାମ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା। ଆଗରୁ ବି ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ଘର ଉପରକୁ ଦୁଇ ଥର ଫାୟାରିଂ କରିଥିଲା। ସଲମାନ ସେମାନଙ୍କ ହିଟ୍ ଲିଷ୍ଟରେ ଥିବା ଖୋଲାଖୋଲି କହିଥିଲା ବିଷ୍ଣୋଇ ଗ୍ୟାଙ୍ଗ।  …

 

 

Latest Posts

Don't Miss