spot_img

Latest Posts

୬ ମାସର ବକେୟା ଦରମାକୁ ପୂଜା ଉପହାର କହି ବାହାବା ନେଉଛନ୍ତି ସରକାର

ଭୁବନେଶ୍ବର: ଦୟା ନୁହେଁ, ସମ୍ମାନ ଆମ ହକ୍ । ଦରମା ଦେଲେ, କିଛି ଭେଟି ନୁହେଁ । ସରକାର କେବଳ ମିଛି ବାହାବା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ସରପଞ୍ଚ ମହାସଂଘ। ମହାସଂଘ ସହ ସ୍ବର ମିଳାଇଛି ବିଜେଡ଼ି ଓ କଂଗ୍ରେସ। ସରପଞ୍ଚ ମହାସଂଘ କହିଛି, ଆମ ମାନଙ୍କ କ୍ଷମତା ସରକାର ଛଡ଼ାଇନେଲେ। ଗାଁ ଗଣ୍ଡାରେ ବିକାଶ ମୂଳ କାମ ଠପ୍ ହୋଇ ପଡ଼ିଛି। ପଞ୍ଚାୟତକୁ ଅର୍ଥ କମିଶନଙ୍କ ଅନୁଦାନ ମିଳୁନାହିଁ। ସରକାର ଏ ବାବଦରେ ନୀରବ ଥିବା ବେଳେ ଏବେ ୬ ମାସର ବକେୟା ଦରମା ଦେଇ ପୂଜା ଭେଟି ଦେଇଛୁ ବୋଲି କହିବା ଠିକ୍ ନୁହେଁ ବୋଲି ସରପଞ୍ଚ ମହାସଂଘ କହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ବକେୟା ଦରମା ନେଇ ସରକାର ପ୍ରଶାଂସା ସାଉଁଟିବାକୁ କରୁଥିବା ଉଦ୍ୟମରେ ପାଣି ପକାଇଛି ମହାସଂଘର ଅଭିଯୋଗ।

ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ଓ୍ବାର୍ଡ଼ ଓ୍ବାରୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାମ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ସରକାରଙ୍କୁ ଘାରିଛି ଜନ ଅସନ୍ତୋଷର ଭୟ । ପାଠ୍ୟପୁସ୍ତକ ବିବାଦରୁ ଆରମ୍ଭ କରି ଏମ୍ଏମ୍ଡ଼ିଆର ପ୍ରସଙ୍ଗ, ଦରବୃଦ୍ଧି ପ୍ରସଙ୍ଗରୁ ଆଇନ ଶୃଙ୍ଖଳା ସ୍ଥିତି ଯାଏଁ, ସବୁଠି ସରକାର ବଦନାମ ମୁଣ୍ଡାଇଛି । ଗାଁ ଗଣ୍ଡାରେ ବିଜେପି ସରକାର ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ସରକାର ସରପଞ୍ଚ ଓ ନାଏବ ସରପଞ୍ଚକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ହେଲେ ବକେୟା ଦରମାକୁ ପୂଜା ଭେଟି ଭାବେ ଚିତ୍ରଣ କରିବା କେବଳ ମିଛ ବାହାବା ଛଡ଼ା ଆଉ କିଛି ନୁହେଁ ବୋଲି ବିଜେଡ଼ି ଓ କଂଗ୍ରେସ କହିଛନ୍ତି । …

କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖରେ ମଞ୍ଜୁର କରିଥିଲେ। ଅପ୍ରେଲ ୨୦୨୬ରୁ ସେପ୍ଟେମ୍ବର ଯାଏଁ, ୬ ମାସର ସରପଞ୍ଚ ମାନଙ୍କ ୧୦ହଜାର ଟଙ୍କା ଓ ନାଏବ ସରପଞ୍ଚ ମାନଙ୍କ ମାସକୁ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ବାକି ଥିଲା

 

 

Latest Posts

Don't Miss