spot_img

Latest Posts

ପୂଜା ପୂର୍ବରୁ ମହଙ୍ଗା ହେବ TV, AC ଓ ୱାସିଂ ମେସିନ; ୫-୮% ବଢ଼ିବ ଦର

ନନ୍ଦିଘୋଷ ବ୍ୟୁରୋ :  ଡାଲି, ତେଲ, ଚିନି ମହଙ୍ଗା। ମହଙ୍ଗା ଖାଦ୍ୟ । ମହଙ୍ଗା ଯାତ୍ରା ଖର୍ଚ୍ଚ। ପୂଜା ସିଜିନ ଆରମ୍ଭରୁ ମହଙ୍ଗା ହେବାକୁ ଯାଉଛି ଟିଭି, ୱାସିଂ ମେସିନ, ଏସି, ମାଇକ୍ରୋ ଓଭେନ ଦର। ଏସବୁ ବୈଦୁତିକ ସାମଗ୍ରୀ ଦର ବଢ଼ିବ ଆସନ୍ତା ପହିଲାରୁ। ବିଭିନ୍ନ କମ୍ପାନି ଏବେଠୁ ଡିଲରମାନଙ୍କୁ ଜଣାଇସାରିଲେଣି। ଏ ସବୁ ସାମଗ୍ରୀ ଉପରେ ୫ରୁ ୮ ପ୍ରତିଶତ ଦର ବୃଦ୍ଧି ଘଟିବା ନେଇ ସୂଚନା ମିଳିଛି। ଯାହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ। ପୂଜା ଆସିଲେ ବିଭିନ୍ନ ସାମଗ୍ରୀ ଉପରେ ଡିକାଉଣ୍ଟ ମିଳେ। ଗରିବ, ନିମ୍ନ ମଧ୍ଯବିତ୍ତ ଚାହିଁ ବସିଥାନ୍ତି ପୂଜା ଆସିଲେ ଘର ପାଇଁ ଏସବୁ ଜିନିଷ ଟିକିଏ ଶସ୍ତାରେ କିଣିବେ। ହେଲେ ଏ ବର୍ଷ ଗ୍ରାହକଙ୍କ ଏହି ଆଶା ମଉଳିବାକୁ ଯାଉଛି। ସେପଟେ ଦରବୃଦ୍ଧି ହେଲେ ପୂଜା ସିଜିନରେ ବ୍ଯବସାୟୀଙ୍କ କାରବାର ଉପରେ ପ୍ରଭାବ ପଡ଼ିବା ନେଇ ଆଶଙ୍କା ବ୍ଯକ୍ତି କରିଛନ୍ତି ଡିଲର। ଦରବୃଦ୍ଧି ଯୋଗୁ EMIରେ ସାମଗ୍ରୀ କିଣୁଥିବା ଗ୍ରାହକ ବି ଅଧିକ ପ୍ରଭାବିତ ହେବେ। ଚଳିତ ବର୍ଷ ଇଲେକ୍ଟ୍ରୋନିକସ ସାମଗ୍ରୀ ଦରବୃଦ୍ଧି ନୂଆ କଥା ନୁହେଁ। ଗତ ୯ ମାସ ଭିତରେ ତିନି ଥର ବୈଦୁତିକ ସାମଗ୍ରୀ ଦର ବଢ଼ିଲାଣି। ଯାହାକୁ ନେଇ ଗ୍ରାହକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତମ୍ବା, ଆଲୁମିନିୟମ, ଷ୍ଟିଲ୍ ଏବଂ ଅଶୋଧିତ ତୈଳ ଉତ୍ପାଦନ ଭଳି ପ୍ରମୁଖ ଇନପୁଟ୍‌ ଗୁଡ଼ିକର ଦରବୃଦ୍ଧି ଘଟିଛି। ଏହାସହ ଚୀନ୍ ତାଇବାନ ଓ ମଧ୍ଯପ୍ରାଚ୍ଯ ଦେଶରୁ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଇନପୁଟ ସମୟରେ ବିଳମ୍ବ ଏକ୍ସଚେଞ୍ଜ ରେଟ୍ ବୃଦ୍ଧି ଓ ଇନପୁଟ ମୂଲ୍ୟ ବୃଦ୍ଧି ଯୋଗୁ ବାରମ୍ବାର ଏଭଳି ଦର ବୃଦ୍ଧିର କାରଣ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ। ଦରବୃଦ୍ଧି ଯୋଗୁ ରେପୋ ରେଟ୍ ବୃଦ୍ଧି , ଗ୍ରାହକଙ୍କ ଉପରେ EMI ବୃଦ୍ଧିର ପ୍ରଭାବ ପଡ଼ିଛି।

Latest Posts

Don't Miss