spot_img

Latest Posts

ମହିଳା ଏସିଆ କପ୍ ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ଆଜି ମହିଳା ଏସିଆ କପ୍‌ର ହାଇଭୋଲ୍ଟେଜ୍ ଗ୍ରାଣ୍ଡ ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ରାତି ୮ଟାରେ ଖେଳାଯିବ ଏହି ରୋମାଞ୍ଚକର ମୁକାବିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଅପରାଜିତ ରହିଥିବାରୁ ଫାଇନାଲ୍‌କୁ ନେଇ ବଢ଼ିଛି କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ। ପ୍ରଥମ ସେମିଫାଇନାଲ୍‌ରେ ବାଂଲାଦେଶକୁ ୪୦ ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ୭ ଥରର ଚାମ୍ପିଅନ୍ ଭାରତ। ଏବେ ଅଷ୍ଟମ ଥର ପାଇଁ ଟାଇଟଲ୍ ଜିତି ପୁଣିଥରେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।

ଭାରତୀୟ ଟପ୍ ଅର୍ଡର ଏବେ ଭଲ ଫର୍ମରେ ରହିଛି। ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୋଡ଼ି ଉପରେ ରହିଛି ଫ୍ୟାନ୍‌ଙ୍କ ନଜର। ସେହିପରି ଭାରତୀୟ ସ୍ପିନ୍ ଆକ୍ରମଣ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଆସୁଛି। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲ୍‌ରେ ପାକିସ୍ତାନକୁ ୪ ୱିକେଟ୍‌ରେ ରୋମାଞ୍ଚକର ଭାବେ ପରାସ୍ତ କରି ଫାଇନାଲ୍ ଟିକେଟ୍ ହାସଲ କରିଛି ଶ୍ରୀଲଙ୍କା। ଘରୋଇ ପରିବେଶରେ ଦୁବାଇର ସ୍ପିନ୍ ସହାୟକ ପିଚ୍‌ରେ ଉଭୟ ଦଳ ମଧ୍ୟରେ ଏକ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ। ଏବେ କିଏ ହେବ ମହିଳା ଏସିଆ କପ୍‌ର ଚାମ୍ପିଅନ୍, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Latest Posts

Don't Miss