spot_img

Latest Posts

ଓମଫେଡ୍ କ୍ଷୀର ରେଟ୍ ବଢ଼ିଲା, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଓମଫେଡ୍ କ୍ଷୀର ରେଟ୍ ବଢ଼ିଲା । ଲିଟର ପିଛା ୪ ଟଙ୍କା ବୃଦ୍ଧି । ଓମଫେଡ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟୋନଡ କ୍ଷୀର ଦାମ ଏବେ ଲିଟର ପିଛା ୫୪ ଟଙ୍କା ହୋଇଛି। ସେହିପରି ପ୍ରିମିୟମ କ୍ଷୀର ଲିଟର ପିଛା ୫୮ ଟଙ୍କା ହୋଇଥିବା ବେଳେ ଗୋଲ୍ଡ ପ୍ରିମିୟମ ପ୍ଲସ୍ କ୍ଷୀର ୬୪ ଟଙ୍କା ହୋଇଛି। ସେହିପରି ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୬୦ ଟଙ୍କା ହୋଇଛି। ସେପଟେ ଓଡି଼ଶା ଦୁଗ୍ଧ ଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ଏହି ୪ ଟଙ୍କା ମଧ୍ୟରୁ ୨ ଟଙ୍କା ଦୁଗ୍ଧ ଚାଷୀଙ୍କୁ ମିଳିବା ଉଚିତ। କାରଣ ଗୋ -ଖାଦ୍ୟ, ଔଷଧ, ଇଞ୍ଜେକ୍ସନ ଦର ହୁ ହୁ ହୋଇ ବଢୁଛି। ଗୋଖାଦ୍ୟ ଦର ସରକାର ନିୟନ୍ତ୍ରଣ କରିବା ଦରକାର ଓ ଗାଈଗୋରୁଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଭଳି ଏକ ସ୍ବାସ୍ଥ୍ୟ ବୀମା ଲାଗୁ କରିବାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଦାବି କରୁଛି।

Latest Posts

Don't Miss