spot_img

Latest Posts

୧୦୦ କୋଟିର ଗଂଜେଇ ତେଲ ସାମଗ୍ରୀ ଜବତ !

ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ୧୦୦ କୋଟି ଟଙ୍କାର ଗଂଜେଇ ତେଲ ସାମଗ୍ରୀ ଜବତ। ୮୦୦ ଲିଟର ଗଂଜେଇ ତେଲ ତିଆରି ସାମଗ୍ରୀ ଜବତ ହୋଇଛି। ଏହା ସହିତ ୫୦ କେଜି ଗଂଜେଇ ବି ଜବତ ହୋଇଛି। ପୋଲିସ କହିଛି, ଏସବୁର ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ପୋଲିସକୁ କିଛି ଦିନ ତଳେ ଖବର ମିଳିଥିଲା ଯେ, ଏହି ଅଞ୍ଚଳରେ ଗଂଜେଇ ତେଲ ପ୍ରସ୍ତୁତ କରାଯାଉଛି। ବହୁ ସ୍ଥାନରେ ଚଢ଼ାଉ ପରେ ବି ପୋଲିସ କିଛି ଧରିପାରିନଥିଲା। କାରଣ ଏହା ଥିଲା ମୋବାଇଲ ୟୁନିଟ। ଏକ ଗାଡ଼ିରେ ଏହି ୟୁନିଟ ଥିଲା। ଆଜି ସକାଳେ ଚିତ୍ରକୋଣ୍ଡା SDPO ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଏସାର୍ ଛକ ନିକଟରେ ଏକ ସନ୍ଦେହଜନକ ଗାଡ଼ିକୁ ଅଟକାଇ ତଲାସି କରିବା ବେଳେ ଗଂଜେଇ ତେଲ ପ୍ରସ୍ତୁତ କରୁଥିବା ମୋବାଇଲ୍ ମାନୁଫାକ୍ଚରିଂ ୟୁନିଟ୍ ଜବତ ହୋଇଛି। ତେବେ ଡ୍ରାଇଭର ଫେରାର ହୋଇଯାଇଛି।

Latest Posts

Don't Miss