spot_img

Latest Posts

ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ପ୍ରସଙ୍ଗ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

କେନ୍ଦୁଝର ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ପ୍ରସଙ୍ଗ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନିଜ ଚିଠିରେ ଗଭୀର ଉଦବେଗ ପ୍ରକାଶ କରି ସେ ଲେଖିଛନ୍ତି ଯେ, ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ମଲ୍ଲିପୋସି ଓଡି଼ଶା ଗ୍ରାମ୍ୟ ବ୍ଯାଙ୍କ ଶାଖାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ପ୍ରମାଣ ଦେବା ଲାଗି ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀଙ୍କ କଙ୍କାଳ ବୋହିଥିଲେ । ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିତୁ ବାରମ୍ବାର ଗୁହାରି ପରେ ବି ଶୁଣି ନଥିଲେ କର୍ତ୍ତୃପକ୍ଷ । ଏପରିକି RBI ଗାଇଡଲାଇନ ଉଲ୍ଲଂଘନ କରି ଅମାନବିକ କାର୍ଯ୍ୟ କରିଛନ୍ତି । ଗଣତନ୍ତ୍ରରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିୟମ ଅଛି । କାହାରିକୁ ଅପମାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହିଭଳି ଘଟଣଆ ସାରା ଓଡି଼ଶାବାସୀଙ୍କୁ ଆନ୍ଦୋଳିତ କରିଛି । ଏହା ନ୍ୟୁୟର୍କ ପୋଷ୍ଟ ଓ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି । ଯାହା ନାଗରିକକୈନ୍ଦ୍ରିକ ସେବା କ୍ଷେତ୍ରରେ ବହୁ ପରିମାଣରେ ସହାୟକ ହେବ । ଯେଭଳି ଏଭଳି ଘଟଣାର ଦେଶର ଆଉ କୌଣସି ସ୍ଥାନରେ ପୁନରାବୃତ୍ତି ନହେବ ।

Latest Posts

Don't Miss