spot_img

Latest Posts

ବଲାଙ୍ଗୀରରେ ଭୂମିକମ୍ପ ଝଟକା

କଳାହାଣ୍ଡି ପରେ ବଲାଙ୍ଗୀରରେ ଭୂମିକମ୍ପ ଝଟକା । ଭୋର୍ ସକାଳ ୪ଟା ୪୦ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପ ପରେ ଭୟର ବାତାବରଣ ଖେଳିଯାଇଛି । ପୂର୍ବରୁ ବଲାଙ୍ଗୀରରେ ଭୂମିକମ୍ପ ଝଟକା କେବେ ଅନୁଭବ ହୋଇନଥିବା ବେଳେ ଆଜି ସକାଳୁ ଭୂମିକମ୍ପ ଝଟକା ଅନୁଭବ ହେବାପରେ ଲୋକେ ଡରି ଯାଇଥିଲେ । ଗୋଟିଏରୁ ଦୁଇ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଥିଲା । ବଲାଙ୍ଗୀର ସହର, ତୁଷୁରା ଓ ପାଟଣାଗଡ଼ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଖୋଦ୍ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପବିତ୍ର ବେହେରା ଭୋର୍ ସକାଳୁ ଭୂମିକମ୍ପ ଝଟକା ଅନୁଭବ କରିଥିବା କହିଛନ୍ତି ।

Latest Posts

Don't Miss