କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରଣା କରୁଥିବାର ଅଭିଯୋଗ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ l ଗତକାଲିଠୁ କଳା ବ୍ୟାଚ ପିନ୍ଧି ବିଭିନ୍ନ ପତ୍ର ଫଡି ମାନଙ୍କରେ କେନ୍ଦୁପତ୍ର କର୍ମଚାରୀ ସଂଘ ଧାରଣା ଦେଇଥିବା ବେଳେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ସବୁଠାରୁ ବଡ଼କଥା ହେଲା ପୂର୍ବ ସରକାର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ପ୍ରତିବର୍ଷ ଏପ୍ରିଲ ମାସରେ ବୋନସ ଦେଉଥିବା ବେଳେ ବିଜେପି ସରକାର ଏ ପର୍ଯ୍ୟନ୍ତ ବୋନସ ଘୋଷଣା କରିନାହାନ୍ତି ଯାହାକୁ ତୀବ୍ର ବିରୋଧ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି l ଅନ୍ୟପଟେ କନ୍ୟା ବିବାହ ସହାୟତା ସହ ଅନ୍ୟ ସୁବିଧା ସୁଯୋଗ ଦେବାରେ ରାଜ୍ୟ ସରକାର ବିଫଳ ବୋଲି କହିଛନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସଂଜିତ ମହାନ୍ତି

