ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଫଳ । ଗଣଶିକ୍ଷାମନ୍ତ୍ରୀ , ଗଣଶିକ୍ଷା ସଚିବ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଫଳ ବାହାରିବ । ପରେ ପରେ ସଂଧ୍ଯା ୬ ଟାରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ବୋର୍ଡ ୱେବସାଈଟ www.bseodisha.nic.in ଓ www.bseodisha.ac.in ରେ ଫଳ ପାଇ ପାରିବେ। ଏଥର ମାଟ୍ରିକ ପରୀକ୍ଷା ଫେବ୍ରୁୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୩୦୮୨ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରେ ମାର୍ଚ୍ଚ ୧୯ ତାରିଖରୁ ୫୧ ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଥିଲା। ସବୁ ପ୍ରକ୍ରିୟା ଭଲରେ ଓ ସଠିକ ସମୟରେ ସରିଥିବାରୁ ଠିକ ଦୁଇ ମାସ ମଧ୍ଯରେ ଫଳ ପ୍ରକାଶ ପାଉଛି। ଏଥର ଫଳ ତୃଟିଶୂନ୍ୟ ହେବ ବୋଲି ବୋର୍ଡ ସଭାପତି ଆଶା ରଖିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଏଥର ପ୍ରଥମଥର ଲାଗି ଇଂରାଜି ଓ ଓଡିଆ ଭାଷାରେ ଗୋଟିଏ ସିଟରେ ମାଟ୍ରିକ ସାର୍ଟିଫିକେଟ ଦିଆଯିବ।…

