spot_img

Latest Posts

ବିଷ ପୁଡିଆ ଧରି ଧାନ ମଣ୍ଡିରେ ଚାଷୀଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ବିଷ ପୁଡିଆ ଧରି ଧାନ ମଣ୍ଡିରେ ଚାଷୀଙ୍କ ପ୍ରତିବାଦ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନାରଦିଆ ସେବା ସମବାୟ ସମିତିରେ ଚାଷୀମାନଙ୍କ ଚରମ ପ୍ରତିବାଦ । ହାତରେ ବିଷ ପୁଡିଆ ଧରି ପ୍ରତିବାଦ କରିଛନ୍ତି ଚାଷୀ । ଧାନ ଉଠାଣରେ ବିଳମ୍ବ ହେବା ଓ ଟୋକନ ସମୟ ସରିବାକୁ ବସିଥିବାରୁ ଚାଷୀମାନେ ଏହି ଚରମ ପଦକ୍ଷେପ ନେଇଥିବା କହିଛନ୍ତି । ମଣ୍ଡିକୁ ମିଲରମାନଙ୍କ ଗାଡ଼ି ସମୟରେ ନଆସିବାରୁ ଧାନ ଉଠାଣ ବିଳମ୍ବ ହେଉଛି । ୪୪୦ ଜଣ ଚାଷୀ ଧାନ ଦେବାପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାତ୍ର ୧୧୦ ଜଣ ଚାଷୀ ଧାନ ଦେଇଛନ୍ତି । ଆହୁରି ୩୩୦ ଜଣ ଚାଷୀ ଧାନ ମଣ୍ଡିରେ ଦେବାପାଇଁ ଅପେକ୍ଷାରେ ରହିଛନ୍ତି । ଚାଷୀମାନଙ୍କ ଟୋକନ ଅବଧି ସରିବାକୁ ବସିଥିବାରୁ ଋଣ ପରିଶୋଧ ଚିନ୍ତାରେ । ବାଧ୍ୟ ହୋଇ ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ କମ୍ ଟଙ୍କାରେ ଦଲାଲଙ୍କୁ ଧାନ ଦେଉଛନ୍ତି । ଏହି ସମସ୍ୟା ଦୀର୍ଘଦିନ ଧରି ଚାଲିଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଠୋସ ବ୍ୟବସ୍ଥା  ହୋଇ ନ ଥିବା ଅଭିଯୋଗ ହୋଇଛି। ତେଣୁ ଚାଷୀମାନେ ମଣ୍ଡି ସମ୍ମୁଖରେ ହାତରେ ବିଷ ପୁଡିଆ ଧରି ପ୍ରତିବାଦ କରିବା ସହ, ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସରକାର ତୁରନ୍ତ ସମସ୍ୟାର ସମାଧାନ ନ କରିଲେ, ଚାଷୀ ମାନେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

Latest Posts

Don't Miss