spot_img

Latest Posts

ଆଜି ଗୋବିନ୍ଦ ଦ୍ବାଦଶୀରେ ମହୋଦଧି ସ୍ନାନ ; ବରୁଣ ଦେବତାଙ୍କୁ ଅଭିଷେକ ସହ ପୂଜାର୍ଚ୍ଚନା

ପୁରୀ : ଆଜି ଗୋବିନ୍ଦ ଦ୍ବାଦଶୀ । ପରମ୍ପରା ଅନୁସାରେ ପୁରୀରେ ମହୋଦଧି ସ୍ନାନ । ଶ୍ରୀକ୍ଷେତ୍ର ପୁରୀ ଠାରେ ମହୋଦଧିରେ କୁମ୍ଭ ରାଶିରେ ସୂର୍ଯ୍ୟଙ୍କର ଅବସ୍ଥାନ ସହ ଗୋବିନ୍ଦ ଦ୍ବାଦଶୀ ପବିତ୍ର ସ୍ନାନଯୋଗ ଥିବାରୁ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସକାଳ ୧୦ଟା ୧୮ ମିନିଟରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଅମୃତ ବେଳା ସ୍ନାନଯୋଗ ରହିଛି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ସାଧୁ ସନ୍ଥଙ୍କ ମେଳି । ସ୍ନାନ କରୁଛନ୍ତି ମଠାଧୀଶ ଓ ଶ୍ରଦ୍ଧାଳୁ ।

ସକାଳୁ ସିଂହଦ୍ଵାର ସମୁଖରୁ ବିଭିନ୍ନ ମଠ ସମ୍ପ୍ରଦାୟର ସନ୍ଥ, ମହନ୍ତ ଓ ନିଶାଣଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇ ସ୍ନାନ ପୂର୍ବରୁ ବରୁଣ ଦେବତାଙ୍କ ଅଭିଷେକ ଓ ପୂଜାର୍ଚ୍ଚନା କରିବାର ବିଧି ରହିଛି । ଶାନ୍ତି, ଶୃଙ୍ଖଳାର ଏହି ଦିବ୍ୟ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଏହି ଅବସରରେ ମହୋଦଧୀରେ ସାନ୍ନ କଲେ ଅଶେଷ ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ହଜାର ହଜାର ଶ୍ରଦ୍ଧାଳୁ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧୀରେ ସ୍ନାନ କରି ଠାକୁରଙ୍କ କୃପା ଲାଭ କରିବେ।

Latest Posts

Don't Miss