spot_img

Latest Posts

ବାହାଘରର ୨ଦିନ ପରେ ପ୍ରେମିକ ସାଙ୍ଗରେ ନବବଧୂ ଫେରାର

ବୌଦ୍ଧ : ବାହାଘରର ଦୁଇଦିନ ପରେ ପ୍ରେମିକ ସାଙ୍ଗରେ ନବବଧୂ ଫେରାର । ଅଭିଯୋଗ ପରେ ପ୍ରେମିକ ଓ ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା l ଗତ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ମୁର୍ସିଙ୍ଗ ଗାଁର ତିଲୁ ଭୋଇ କଣ୍ଟାମାଳ ଥାନା ବରଗାଁ ଖଲିଆପାଲି ଜଣେ ମହିଳାଙ୍କୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ତେବେ ବାହାଘରର ଦୁଇଦିନ ପରେ ନବବଧୂ କଣ୍ଟାମାଳ ଅଂଚଳର ତାଙ୍କ ପ୍ରେମିକ ସହ ଫେରାର ମାରିଥିଲା l

ଏନେଇ ସ୍ୱାମୀ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ସନ୍ଧ୍ୟାରେ ପ୍ରେମି ଯୁଗଳଙ୍କୁ ଥାନାକୁ ଉଠାଇ ଆଣିଥିଲା l ପଚରା ଉଚୁରା ପରେ କଣ୍ଟାମାଳ ପୋଲିସ ରାତିରେ ଦେଓଗାଁ ପୋଲିସକୁ ପ୍ରେମୀ ଯୁଗଳଙ୍କୁ ହସ୍ତାନ୍ତର କରିଛି l

Latest Posts

Don't Miss