୩୩ ବର୍ଷ ପରେ ରାମ ସୀତାଙ୍କୁ ଏକାଠି କଲେ କପିଲ୍

କମେଡି କିଙ୍ଗ୍ କପିଲ ଶର୍ମାଙ୍କ ପପୁଲାର କମେଡି ସୋ’ରେ ଅତିଥି ଭାବେ ଉପସ୍ଥିତ ହୋଇଥିଲେ ସ୍ୱୟଂ ଭଗବାନ ଶ୍ରୀ ରାମ୍‌, ଲକ୍ଷ୍ମଣ ଓ ସୀତା ମାତା । ଆଜ୍ଞା ଏକ ମାହୋଲ ସୃଷ୍ଟି ହୋଇଥିଲା କପିଲଙ୍କ ସୋ’ରେ । ପୂର୍ବରୁ ତ ଆପଣମାନେ ଏହି ସିଟ୍‌ରେ ଅନେକ ଫିଲ୍ମ ସେଲିବ୍ରିଟିଙ୍କୁ ଦେଖିଥିବେ । ତେବେ ଏଥର ଏହି ପପୁଲାର ସୋ’ର ମାହୋଲ ରହିଥିଲା ପୂରାପୂରି ହଟ୍‌କେ ।

୩୩ ବର୍ଷର ଲମ୍ବା ଗ୍ୟାପ ପରେ ଟେଲିଭିଜନ ଇତିହାସର ଏହି ଚର୍ଚ୍ଚିତ ଅଭିନେତାଙ୍କ ଚେହେରା ଏକଦମ ବଦଳି ଯାଇଛି । ତେବେ ଆଜିବି ଏମାନଙ୍କୁ ଲୋକ ‘ରାମାୟଣ’ର ସେହି ଚର୍ଚ୍ଚିତ ଚରିତ୍ର ନାମରେ ହିଁ ଜାଣିଛନ୍ତି। ରାମାନନ୍ଦ ସାଗରଙ୍କ ‘ରାମାୟଣ’, ଟେଲିଭିଜନ ଇତିହାସର ସବୁଠାରୁ ହାଏଷ୍ଟ ଟିଆର୍‌ପି ରେଟିଂ ସିରିୟଲ୍‌ ବୋଲି କହିପାରନ୍ତି । କାରଣ, ଅଶି ଦଶକରେ ଏହି ସିରିୟଲ୍‌କୁ ଦେଖିବା ପାଇଁ ସମଗ୍ର ଦେଶରେ ସବୁବର୍ଗର ଦର୍ଶକଙ୍କ ମଧ୍ୟରେ ଉତ୍ସାହ ନଜର ଆସୁଥିଲା। ସବୁଠି ଦୋକାନ ବଜାର ସୁନସାନ୍‌ କରି ଟିଭି ଆଡ଼କୁ ଚାହିଁ ବସି ରହୁଥିଲେ ଦର୍ଶକ ।

୧୯୮୬ ରୁ ୧୯୮୮ ଯାଏ ପ୍ରତି ରବିବାର ସକାଳ ୮ରେ ଟେଲିକାଷ୍ଟ ହୋଉଥିଲା ‘ରାମାୟଣ’। ଯାହାର ପ୍ରତିଟି ଚରିତ୍ରକୁ ଆଜିବି ଦର୍ଶକ ଭୁଲିନାହାଁନ୍ତି। ଆଉ ଏହି ବହୁଚର୍ଚ୍ଚିତ ସିରିୟଲ ‘ରାମାୟଣ୍‌’ର ରାମ, ସୀତା ଓ ଲକ୍ଷ୍ମଣକୁ କପିଲ ଏକାଠି କରିଥିଲେ।

ତାଙ୍କ ସହ ସେୟାର କରିଥିଲେ ଏହି ସିରିୟଲ୍‌ର ପପୁଲାରିଟି ଓ ଏଥିରେ ଭଗବାନଙ୍କ ଚରିତ୍ରରେ ଆସିଲା ପରେ ଏମାନଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ଆସିଥିଲା। ଗୋଟିଏ ସ୍କ୍ରିନ୍‌ରେ ଏମାନଙ୍କୁ ଏକାଠି କରି କପିଲଙ୍କ ଏହି କମେଡି ସୋ’ ପୁଣି ଥରେ ହାଇଲାଇଟ ହୋଇଛି ।

Leave a Reply