spot_img

Latest Posts

ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ଗଲା ୮ ହାତୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆସାମରେ ଟ୍ରେନ ଦୁର୍ଘଟଣା । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ଯାଇଛି ୮ ହାତୀଙ୍କ ଜୀବନ। ଟ୍ରେନର ୫ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଆଜି ଭୋର ସମୟରେ ଆସାମର ହୋଜାଇ ଜିଲ୍ଲାରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି । ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିଲା । ଯାହା ଫଳରେ ୮ ହାତୀଙ୍କ ମୃତ୍ୟୁ ହେବା ସହ ଗୋଟିଏ ଆହତ ହୋଇଛି । ଟ୍ରେନର ୫ଟି କୋଚ୍ ମଧ୍ୟ ଲାଇନଚ୍ୟୁତ ହୋଇଛି ।

ଦୁର୍ଘଟଣାଟି ରାତି ପ୍ରାୟ ଦୁଇଟା ସମୟରେ ଘଟିଥିଲା । ଘଟଣା ପରେ ନାଗାଓଁ ଡିଭିଜନର ଅନେକ ବନ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ରେଳ ଚଳାଚଳରେ ବାଧା ଦେଖାଯାଇଛି। ପ୍ରଭାବିତ ଜମୁନାମୁଖ-କାମ୍ପୁର ସେକ୍ସନରେ ନିର୍ଦ୍ଧାରିତ ଟ୍ରେନଗୁଡ଼ିକୁ ୟୁପି ଲାଇନ ଦେଇ ସ୍ଥାନାନ୍ତର କରାଯାଯାଇଛି। ଟ୍ରେନକୁ ସଚଳ କରିବାକୁ ରେସକ୍ୟୁ ଅପରେସନ ଜାରି ରହିଛି ।

Latest Posts

Don't Miss