ନନ୍ଦିଘୋଷ ବ୍ୟୁରୋ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର । ସୁଇସାଇଡ ନୋଟ୍ ଜବତ । ଦୁଷ୍କର୍ମ ପରେ ଲୋକଲଜ୍ଜା ସହି ନପାରି ମହିଳାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।ମୃତକ ମହିଳା ହେଉଛନ୍ତି ୨୪ ବର୍ଷୀୟ କବିତା ମାହୁନ୍ତ । ଗତ ୩୦ ତାରିଖ ରାତିରେ ସେହି ଗାଁର ଜଣେ ଯୁବକ ତାଙ୍କୁ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ଘରେ କେହି ନଥିବା ଅବସ୍ଥାରେ ଯୁବକ ଜଣକ ପଶି ଦୁଷ୍କର୍ମ କରିଥିଲା ଅଭିଯୋଗ ହୋଇଛି । ଏନେଇ ସଦରଥାନାରେ ଲିଖିତ ଅଭିଯୋଗ କରାଯାଇଛି । କିନ୍ତୁ ଘଟଣାର ପାଞ୍ଚ ଦିନ ପରେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ବେଳେ ଲୋକ ଲଜ୍ୟାକୁ ସହିତ ନପାରି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପଟେ ପୋଲିସର ପ୍ରାଥମିକ ତଦନ୍ତରୁ ମହିଳାଙ୍କ ସ୍ୱାମୀ କୁନା ବେହେରା ଓ ଅଭିଯୁକ୍ତ ଟୁକୁ ବେହେରା ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ଉତ୍ତମ ସମ୍ପର୍କ ରହିଥିଲା । ଉଭୟ ମିଶିକି ଢଳେଇ ଓ ସେଣ୍ଟ୍ରିଂ ମିସ୍ତ୍ରୀ ଭାବେ କାମ କରୁଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ସଦରଥାନା ପୋଲିସ।

