spot_img

Latest Posts

ସୋଲାରରେ ଚାକିରି ଦେବାକୁ କହି ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ

ସୋଲାରରେ ଚାକିରି ଦେବାକୁ କହି ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ । ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଏନଜିଓ ସଂସ୍ଥାର ଜଣେ କର୍ମଚାରୀ ୩୬ ପଞ୍ଚାୟତର ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଠକେଇର ଶିକାର ଯୁବକ ଯୁବତୀ ରାସୋଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ରାସୋଳ ଥାନା ନୂଆପାଟଣା ଗାଁର ରାଜା ହରିଶଙ୍କର ବାରିକ ନାମକ ଜଣେ ଯୁବକ ସୋଲାର କାମରେ ନିଯୁକ୍ତି ସହ ମୋଟା ଅଙ୍କର ଦରମା ମିଳିବା ଆଶା ଦଖାଇ ମାସ ମାସ ଧରି ଠକେଇ କରିଥିବା ଅଭିଯୋଗ ହୋଇଛି । ଶତାଧିକ ଯୁକକ ଯୁବତୀ ତାଙ୍କ ଜାଲରେ ଫସି ଟଙ୍କା ଦେଇ ହତାଶ ହୋଇପଡିଛନ୍ତି । ବାରମ୍ବାର ପଇସା ମାଗିବା ପରେ ମହିଳା ଏବଂ ଯୁବତୀ ମାନଙ୍କୁ ବିଭିନ୍ନ ଅଶାଳୀନ ବ୍ୟବହାର ପ୍ରର୍ଦଶାନ କରିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ଯଦି ଏମାନଙ୍କୁ ସାହାଯ୍ୟ ନକରେ ତେବେ ସେମାନେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟିବା ପରେ ଦୃଢ଼ ପଦକକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Latest Posts

Don't Miss