spot_img

Latest Posts

ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ । ୧୦ ମୃତ, ୩୫ ଆହତ

ନନ୍ଦିଘୋଷ ବ୍ୟୁରୋ  ;  ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସହିତ ବସ ଧକ୍କା ହେବା ଫଳରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ବର୍ଦ୍ଧମାନର ଜାତୀୟ ରାଜପଥର ନାଲା ଫେରି ଘାଟରେ ଏହି ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପୂର୍ବ ବର୍ଦ୍ଧମାନରୁ ଦୁର୍ଗାପୁର ଯାଉଥିବା ଯାତ୍ରୀବାହୀ ବସ୍‌ଟି ଠିଆ ହୋଇଥିବା ଟ୍ରକ୍‌ର ପଛକୁ ଧକ୍କା ଦେଇଥିଲା।

ସମସ୍ତ ବସ୍ ଯାତ୍ରୀ ବିହାରର ମୋତିୟାର ଥାନା ଅଞ୍ଚଳର ଚିରୈୟା ସାରସୱା ଘାଟ ଅଞ୍ଚଳର ବାସିନ୍ଦା। ଯାତ୍ରୀମାନେ ଗଙ୍ଗାରେ ସ୍ନାନ କରିବାକୁ ପଶ୍ଚିମ ପ୍ରାନ୍ତକୁ ଆସିଥିଲେ। ସ୍ନାନ ପରେ ସେମାନେ ବସ୍ ଯୋଗେ ଘରକୁ ଫେରୁଥିଲେ।

ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମେଡିକାଲରେ ଭର୍ତ୍ତି କରିଛି । ଡ୍ରାଇଭରର ଆଥି ଲାଖିଯିବା କାରଣରୁ ଦୁର୍ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss