ଓବିସି ସଂରକ୍ଷଣ: ଆଜି ବିଜେଡିର ଆନ୍ଦୋଳନ, ୨୭ ପ୍ରତିଶତ ସଂରକ୍ଷଣ ଦାବି

1 min read

ନନ୍ଦିଘୋଷ ବ୍ୟୁରୋ: ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ଆଜି ବିଜେଡିର ଆନ୍ଦୋଳନ। ରାଜଭବନ ଆଗରେ ଆଜି ବିଜେଡି ପକ୍ଷରୁ ଧାରଣା ଦିଆଯିବ। ବିଜେପି ସରକାର ଉପରେ ଚାପ ସୃଷ୍ଟି  କରିବା ପାଇଁ ରାସ୍ତାକୁ ଓହ୍ଲାଇବାକୁ ବିଜେଡି ନିଷ୍ପତ୍ତି ନେଇଛି। ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ OBC ଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି। କିଛି ଦିନ ତଳେ ରାଜ୍ୟ ସରକାର ଶିକ୍ଷା  କ୍ଷେତ୍ରରେ OBC ଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଏଥିରେ ପ୍ରଶ୍ନ ଉଠାଇ କହିଛି, ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦିଆଯାଇଛି। ଏଥିରେ କି ଫାଇଦା ମିଳିବ। ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ବୋଲି ଦଳ  ପକ୍ଷରୁ ପ୍ରଶ୍ନ କରାଯାଇଛି। ଓବିସିମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି ।