ଅଚାନକ ଛାତିରେ ହେଲା ଯନ୍ତ୍ରଣା, ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସିଙ୍ଗର ଏ.ଆର୍.ରେହମାନ

ନନ୍ଦିଘୋଷ ବ୍ୟୁରୋ : ଅଚାନକ ଛାତିରେ ହେଲା ଯନ୍ତ୍ରଣା, ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତକାର ତଥା ସିଙ୍ଗର ଏ.ଆର୍. ରେହମାନ । ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ ରେହମାନଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଉପରେ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ରେହମାନଙ୍କ ଉପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କଡ଼ା ନଜର ରଖିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଧିକ ଅପ୍ଡେଟ୍ ଅପେକ୍ଷା କରାଯାଇଛି। ତେବେ ସେ ନିକଟରେ ବିଦେଶରୁ ଫେରୁଥିବା ସମୟରେ ବେକରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ଅସୁସ୍ଥ ଖବର ଶୁଣି ଫ୍ୟାନ୍ସ ମାନଙ୍କ ମଧ୍ୟ ଡରିଯାଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଠିକ୍ ହେଉ ବୋଲି ପ୍ରାର୍ଥନା କରିଥିଲେ ।
ସୂଚନା ରହିଛି ଯେ , ତାଙ୍କ ଶରୀର ପରୀକ୍ଷା ମଧ୍ୟରେ ରକ୍ତ ବାହିକାଙ୍କ ଯାଞ୍ଚ କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଡାକ୍ତର କହିଛନ୍ତି । ତଥାପି ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ତେବେ ଭାରତୀୟ ତଥା ବିଶ୍ୱ ସଂଗୀତଜଗତରେ ନିଜର ସ୍ବତନ୍ତ୍ର ଅବଦାନ ପାଇଁ ଜଣାଶୁଣା ରେହମାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ଏବେ ତାଙ୍କର ଅପ୍ରତ୍ୟାଶିତ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଶଂସକଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି।