୯ ବିଜେଡି ନେତାଙ୍କୁ ମିଳିଲା ବଡ ଦାୟିତ୍ବ
ଭୁବନେଶ୍ବର : ସାଙ୍ଗଠନିକ ନିର୍ବାଚନ ପାଇଁ ୯ ଜଣ ବିଜେଡି ନେତାଙ୍କୁ ମିଳିଲା ବଡ ଦାୟିତ୍ବ । ୯ ଜଣ ନେତାଙ୍କୁ ମିଳିଛି ୨୭ ନିର୍ବାଚନ ମଣ୍ଡଳୀର ଦାୟିତ୍ବ । ନିରଞ୍ଜାନ ପୂଜାରୀଙ୍କୁ ଝାରସୁଗୁଡା ଓ ବ୍ରଜରାଜନଗର ଦାୟିତ୍ବ ମିଳିଛି । ଅତନୁ ସବ୍ୟସାଚୀ ନାୟକ ଓ ବିଜୟ କୁମାର ନାୟକଙ୍କୁ ୫ଟି ନିର୍ବାଚନ ମଣ୍ଡଳୀ ଦାୟିତ୍ବ । ଉଭୟଙ୍କୁ ମିଳିଥିବା ୫ଟି ନିର୍ବାଚନ ମଣ୍ଡଳୀ ହେଲା ତେଲକୋଇ, ପାଟଣା, ଚମ୍ବୁଆ, ପରାଦୀପ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ । ପ୍ରତାପ ଜେନାଙ୍କୁ କଟକ ବରବାଟୀ, କଟକ ସଦର ଓ ନିଆଳି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଛି । ଅରୁଣ ସାହୁଙ୍କୁ ନିମାପଡା, ପିପିଲି ଓ ଖୋର୍ଦ୍ଧା ଦାୟିତ୍ବ ମିଳିଥିବା ବେଳେ ସଞ୍ଜୟ କୁମାର ଦାସବର୍ମାଙ୍କୁ ସାନଖେମୁଣ୍ଡି, ଗୋପାଳପୁର, ଛତ୍ରପୁର ଓ ବ୍ରହ୍ମପୁର ଦାୟିତ୍ବ ମିଳିଛି । ପ୍ରଣବ ପ୍ରକାଶ ଦାସଙ୍କୁ ବଡଚଣା, ରାଇରଙ୍ଗପୁର, ବଡସାହି, ଉଦଳା ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଥିବା ବେଳେ ପ୍ରୀତିରଞ୍ଜନ ଘଡାଇଙ୍କୁ ବଣେଇ, ବିରମିତ୍ରପୁର ଦାୟିତ୍ବ, ଦେବେଶ ଆଚାର୍ଯ୍ୟଙ୍କୁ ଭଟଲି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଓ ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ମିଳିଛି ।