ବଜେଟ ଅଧିବେଶନ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
1 min readନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ ଜଣାଇ ରାଷ୍ଟ୍ରପତି ମହାକୁମ୍ଭ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଥିଲେ । ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାଷ୍ଟ୍ରପତି । ସେ କହିଛନ୍ତି, ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ବିକାଶ କରୁଛି । ବିକଶିତ ଭାରତ ଯାତ୍ରାକୁ ନୂଆ ଗତି ଦିଆଯାଇଛି । ଡିଜିଟାଲ ବିପ୍ଲବ କରାଯାଇଛି । ୨ କୋଟି ୨୫ ଲକ୍ଷ ଲୋକ ସ୍ବାମୀତ୍ଵ ଯୋଜନାରେ ସାମିଲ ହୋଇଛନ୍ତି । ୧୦ ବର୍ଷର ଶାସନ ବିକଶିତ ଭାରତକୁ ଗତି ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ଶିକ୍ଷା ଓ ରୋଜଗାର ଉପରେ ଫୋକସ କରାଯାଇଛି । ୨୫ କୋଟି ଗରିବୀରୁ ଉପରକୁ ଉଠିଛନ୍ତି । ଗରିବଙ୍କ ପାଇଁ ସରକାର ପ୍ରତିଶୃତିବଦ୍ଧ । ଇସ୍ରୋ ୧୦୦ତମ ରକେଟ ଉତକ୍ଷେପଣ କରିଛି । ଏଥିପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ।
ସବକା ସାଥ୍ ସବକା ବିକାଶ ଆମର ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଶର ଉନ୍ନତି ହୋଇଛି । ବିଶ୍ଵ ଚେସ୍ ଚାମ୍ପିୟନସିପରେ ବିଜୟୀ ହୋଇ ଭାରତ ଇତିହାସ ରଚିଛି । କିଷାନ, ଯବାନ ଓ ବିଜ୍ଞାନ ଉପରେ ଫୋକସ ଦିଆଯାଉଛି । ଅଷ୍ଟମ ବେତନ କମିଶନ ଗଠନ ହୋଇଛି । ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି । ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଚାଲୁଛି । ଲୋକଙ୍କ ସୁବିଧା ପାଇଁ କମନ୍ ସର୍ଭିସ ସେଣ୍ଟର ଓ କର ବ୍ୟବସ୍ଥାକୁ ସରଳ କରାଯାଇଛି । ମହିଳାଙ୍କୁ ସଶସ୍ତ କରିବା ଲକ୍ଷ୍ୟ ରଖାଯାଇଛି । ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ଵ ମିଳିଛି । AI ଓ ଡିଜିଟାଲ କ୍ଷେତ୍ରରେ ଭାରତ ଆଗରେ ରହିଛି । ୧୩ଟି ଭାଷାରେ ଏବେ ପରୀକ୍ଷା ହେଉଛି । ଦେଶରେ ୧ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରେଳ ନେଟୱର୍କ ବିସ୍ତାରିତ ହୋଇଛି । ବିମାନ ବନ୍ଦନ ଓ ରେଳ ଷ୍ଟେସନ ସଂଖ୍ୟା ବଢ଼ିଛି । ଆଦିବାସୀ ଅଞ୍ଚଳରେ ୩୦ ମେଡିକାଲ କଲେଜ ସ୍ଥାପିତ ହୋଇଛି । ମେଡ୍ ଇନ୍ ଇଣ୍ଡିଆରୁ ମେଡ୍ ଫର୍ ୱାର୍ଲଡକୁ ଆମେ ଯାଉଛୁ । ଆଜି ବିଶ୍ଵ ଭାରତର ଯୋଗ ପରମ୍ପରାକୁ ମାନିଛି । ଦଣ୍ଡ ନୁହେଁ, ନ୍ଯାୟ ସଂହିତା ଉପରେ ଗୁରୁତ୍ଵ ଦିଆଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ କାମ କରୁଛୁ । AI କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି । ମୁଦ୍ରା ଋଣ ପରିମାଣ ବୃଦ୍ଧି କରାଯାଇଛି । ଆଗାମୀ ୫ ବର୍ଷରେ ମେଡିକାଲ ସିଟ୍ ୭୫ ହଜାର ବୃଦ୍ଧି କରାଯିବା ନେଇ ଲକ୍ଷ୍ଯ ରହିଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ମହାମହିମ ।