ମହିଳାଙ୍କ ଭିଡିଓ ଭାଇରାଲ କରି ପୁରୀରେ ଲୁଚିଥିବା ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ
ସମ୍ବଲପୁର: ରେଢ଼ାଖୋଲ ଅଞ୍ଚଳର ଭିଡିଓ ଭାଇରାଲ ଘଟଣା । ଅଭିଯୁକ୍ତ ଯୁବକଙ୍କୁ ପୁରୀରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଯୁବକ ଚାରମାଳ ଥାନା ରାଶିବେଡ଼ା ଗାଁର ଅଜିତ ପ୍ରଧାନ । ପୁରୀରୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨ ବର୍ଷ ଜରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଅଭିଯୁକ୍ତ । କୌଣସି କଥାକୁ ନେଇ ମହିଳା ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତ ମହିଳାଙ୍କ ସହିତ ଅନ୍ତରଙ୍ଗ ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରି ଫେରାର୍ ହୋଇଯାଇଥିଲେ । ଏନେଇ ଗତ ୨୯ ତାରିଖରେ ମହିଳା ଜଣଙ୍କ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା ।
ଅଭିଯୁକ୍ତ ଜଣଙ୍କ ପୁରୀରେ ଥିବା ଜାଣିବା ପରେ ରେଢ଼ାଖୋଲ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି । ତେବେ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିବା ଅଭିଯୁକ୍ତ ଯୁବକ କହିଛି ।