ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗାମୀ ୧୪ ତାରିଖ ଦିନ ଭଣ୍ଡାର ଘର ଖୋଲିବା ପାଇଁ ନେଇଥିବା ନିଷ୍ପତି ଉପରେ ଆଲୋଚନା କରାଯିବ ।

ଏହା ସହ ଭଣ୍ଡାରର ମରାମତି, ରତ୍ନ ଅଳଙ୍କାର ଗଣତି ଓ ମଣତି ନେଇ କମିଟି କରିଥିବା ଏସଓପି ଉପରେ ମଧ୍ୟ ଆଲୋଚନା ହେବ। ପରିଚାଳନା କମିଟି ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରିବା ସହ ଯାହା ନିଷ୍ପତି ନିଆଯିବ ତାହା ରାଜ୍ୟ ସରକାରଙ୍କୁ ଜଣାଇବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।