spot_img

Latest Posts

ରାଜ୍ଯ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ଯକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ଯ କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ । ନିର୍ବାଚନ ପୂର୍ବରୁ ହଠାତ୍ ରାଜ୍ଯ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ଯକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ବ ଦିଆଯାଇଛି । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ହଠାତ କାହିଁକି ବିଜୟଙ୍କ ଉପରେ ଖପ୍ପା ହେଲା ଏଆଇସିସି । ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ଏବଂ ବିଭିନ୍ନ ମହଲରୁ ନାନା କଥା ଶୁଣିବାକୁ ମିଳୁଛି।

ବିଜୟ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ଓ ବିଜୟଙ୍କ ବିରୋଧରେ ହାଇକମାଣ୍ଡଙ୍କୁ କିଛି ନେତା ଅଭିଯୋଗ କରିଥିବା ଚର୍ଚ୍ଚା ହେଉଛି। ଏହା ପରେ କଂଗ୍ରେସ ହାଇକମାଣ୍ଡ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ କରିଛନ୍ତି । ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭକ୍ତ ଦାସଙ୍କ ସହ ବରାବର ଯୋଗାଯୋଗରେ ଥିଲେ। ଭକ୍ତ ଦାସଙ୍କ ଯୋଗଦାନ ପ୍ରଚାର ପାଇଁ ଅଧିକ ସହାୟକ ହେବ । ପରିବର୍ତ୍ତନ ଦ୍ବାରା କିଛି ପ୍ରଭାବ ପଡ଼ିବନି। କଂଗ୍ରେସର ବିଭିନ୍ନ ଓ୍ଵିଙ୍ଗ୍ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜୟ ପଟ୍ଟନାୟକ କହିଛନ୍ତି। ଗତକାଲି ଭକ୍ତ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ସଭାପତି ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ବରେ ଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସମନ୍ବୟ କମିଟି ସଭାପତି ଦାୟିତ୍ୱ ଦିଆଯାଇଛି।

Latest Posts

Don't Miss