spot_img

Latest Posts

୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ

ଭୁବନେଶ୍ବର: ସ୍ବାସ୍ଥ୍ୟସେବାରେ ନୂଆ ଇତିହାସ। ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ। ଲୋକାର୍ପିତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ଯବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ଆଜି ସ୍ବାସ୍ଥ୍ଯ ସେବାରେ ସୃଷ୍ଟି ହୋଇଛି ନୂଆ ଇତିହାସ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ଯବସ୍ଥା କରାଯାଇଛି। ବର୍ତ୍ତମାନ ଚାଲିଥିବା ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ବ ଦେଉଛନ୍ତି। ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି। ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ। ମୁଖ୍ଯମନ୍ତ୍ରୀ କହିଛନ୍ତି- ବିଏସକେୱାଇ ସ୍ବାସ୍ଥ୍ୟସେବାର  ମଡେଲ ହୋଇଛି। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ। ନିଜ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ନବକଳେବରକୁ ନେଇ ସବୁଠି ଶୁଭିଥିଲା ହୁଳହୁଳି ଓ କରତାଳି।

Latest Posts

Don't Miss