ଗଣପର୍ବ ପାଇଁ ଚଳଚଞ୍ଚଳ ଯାଜପୁର ସହର

1 min read

ଯାଜପୁର:  ପ୍ରସିଦ୍ଧ କାଳୀ ପୂଜା ପାଇଁ ଯାଜପୁର ସହର ଉତ୍ସବମୁଖର ହୋଇ ଉଠିଛି । ସହରର ପ୍ରମୁଖ ସ୍ଥାନ ସହ ଟାଉନ ବଜାର ଚଳଚଂଚଳ ହୋଇ ଉଠିଛି ।

ଯାଜପୁର ସହରରେ ୪୦ଟି ପୂଜା ମଣ୍ଡପରେ ପୂଜା ପାଉଛି ମା କାଳୀଙ୍କ ମୃଣ୍ମୟ ମୂର୍ତ୍ତି । ତା’ ସଙ୍ଗକୁ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ମଧ୍ୟ ପୂଜା ପାଉଛି । ଯାଜପୁର ସହରର ପ୍ରମୁଖ ପୂଜା ମଣ୍ଡପମାନଙ୍କ ମଧ୍ୟରୁ ଗରିଆ ପୁର, ନାରାୟଣ ଛକ, ବଡ଼ବଜ଼ାର,ହରାପର୍ବତୀ ଛକ ଆଦି ସ୍ଥାନ ମାନଙ୍କରେ ସାଜସଜ୍ଜା ସୁନ୍ଦର ହୋଇଛି ।  ତୋରଣ, ଚନ୍ଦ୍ରଯାନ ଗେଟ୍ ସହ ରଂଗାରଂଗ ଆଲୋକ ପୂଜାମଣ୍ଡପର ଶୋଭା ବଢ଼ାଉଛି। ସହରର ୪୦ଟି ପୂଜା ମଣ୍ଡପ ମଧ୍ୟରୁ ସବୁଠୁ ଆକର୍ଷଣୀୟ ହୋଇଛି ନାରାୟଣ ଛକ ଜନତା କାଳୀ ପୂଜା ମଣ୍ଡପ ।

କଲିକତାର ବଙ୍ଗୀୟ କାରିଗରମାନଙ୍କ ଦ୍ୱାରା କାଚ ନିର୍ମିତ ସୁନ୍ଦର ସୁନ୍ଦର ତୋରଣ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛି l ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଫାଷ୍ଟଫୁଡ୍ ଓ ଷ୍ଟ୍ରିଟଫୁଡ୍ ବ୍ୟବସାୟ ବଢ଼ିଛି । ')}

Leave a Reply