ବାଜିଲା ବିଗୁଲ୍; ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତତ୍ପର ସବୁ ଦଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟର ସବୁ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ବିଧାନସଭାର ବଜେଟ୍‌ ଅଧିବେଶନ ସରିବା ପରେ କମିଟି ଝାରସୁଗୁଡ଼ା ଯିବ। ଯାହାଙ୍କର ଜିତିବା ସମ୍ଭାବନା ଅଧିକ ଥିବ, ପ୍ରାର୍ଥୀ ହେବା ପାଇଁ ତାଙ୍କ ନାମ ସୁପାରିସ୍‌ କରାଯିବ ।

ନବକିଶୋର ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ଅନୁକମ୍ପା ଭୋଟ୍‌ ମିଳିବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି। ସେପଟେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଦଳ ଦାବି କରିଛି । ଲୋକ ମନସ୍ଥ କରିସାରିଛନ୍ତି ବିଜେଡିକୁ ଭୋଟ୍ ଦେବେ । ଦ୍ଵିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ।

ନବକିଶୋର ଦାସଙ୍କ ଝିଅ ଦୀପାଳି ବ୍ରଜରାଜନଗର ଓ ପଦମପୁରରେ ପ୍ରଚାର କରିଥିଲେ । ସେ ସବୁବେଳେ ସକ୍ରିୟ ଅଛନ୍ତି । ତେବେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ, ଦଳର ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ।