ବାରିପଦରେ ବସ ଧକ୍କାରେ ବାଇକ ଚାଳକ ଗୁରୁତର, ବସରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ

ବାରିପଦା: ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖରରେ ଦୁର୍ଘଟଣା। ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ବସଟି ସମ୍ପର୍ଣ୍ଣ ଭାବେ ଜଳି ଯାଇଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ସହର ମଧ୍ୟକୁ ଯିବାକୁ ଚାନ୍ଦୁଆ ଅଞ୍ଚଳର ଜଣେ ବାଇକ ଚାଳକ ଠିଆ ହୋଇଥିବା ବେଳେ ପଛ ପଟୁ ଆସି ଧକ୍କା ଦେଇଥିଲା ରଞ୍ଜିତା ନାମକ ଘରୋଇ ବସ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାରିପଦା ଟାଉନ ପୋଲିସ ପହଞ୍ଚି ଘାଟଣାର ତଦନ୍ତ ଆରମ୍ଭ କରିଛି ।