ଥାଇଲ୍ୟାଣ୍ଡରେ ‘ଦ କଶ୍ମୀର ଫାଇଲ୍ସ’ର ଗ୍ରାଣ୍ଡ୍ ସ୍କ୍ରିନିଂ, ବିବେକ ଅଗ୍ନିହୋତ୍ରୀ କହିଲେ ଫିଲ୍ମ ସମସ୍ତଙ୍କୁ…
1 min readନୂଆଦିଲ୍ଲୀ: ମାର୍ଚ୍ଚ ୧୧ରେ ସିନେମାଘରେ ରିଲିଜ୍ ହୋଇଥିବା ସିନେମା ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମ ରିଲିଜ୍ ହେବା ପରଠାରୁ ରେକର୍ଡ଼ କରି ଚାଲିଛି । ବିବେକ୍ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ବ୍ୟାଙ୍ଗକକ ଏବଂ ଥାଇଲ୍ୟାଣ୍ଡରେ ଗ୍ରାଣ୍ଡ୍ ସ୍କ୍ରିନିଂ ହୋଇଛି । ଯାହାକୁ ନେଇ ଟ୍ୱିଟରରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।
A lot of excitement here in Thailand for the grandest screening ever of #TheKashmirFiles. People are driving 200-300 miles to watch the film. This small film has united Indians world over. pic.twitter.com/Fl7KpuO2a3
— Vivek Ranjan Agnihotri (@vivekagnihotri) April 9, 2022
ବିବେକ୍ ଅଗ୍ନିହୋତ୍ରୀ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ଥାଇଲ୍ୟାଣ୍ଡରେ ଫିଲ୍ମ ଗ୍ରାଣ୍ଡ୍ ସ୍କ୍ରିନିଂ ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ଦେଖିବା ପାଇଁ ଲୋକେ ୨୦୦ରୁ ୩୦୦ ମାଇଲ ପର୍ଯ୍ୟନ୍ତ ଅତିକ୍ରମ କରି ଆସୁଛନ୍ତି । ତେବେ ଏହି ଫିଲ୍ମ ବିଶ୍ୱର ସମସ୍ତ ଭାରତୀୟଙ୍କ ଏକାଠି କରିଛି ବୋଲି ଟ୍ୱିଟରରେ ଲେଖିଛନ୍ତି ବିବେକ୍ ଅଗ୍ନିହୋତ୍ରୀ ।
Looking forward to this grandest screening ever in Bangkok. 750+ people and hundreds in waiting. Organised by @kp_global #TheKashmirFiles #RightToJustice pic.twitter.com/I7FjMteA0d
— Vivek Ranjan Agnihotri (@vivekagnihotri) April 9, 2022
ସୂଚନାଯୋଗ୍ୟ ୧୯୯୦ରେ କାଶ୍ମୀରରେ ବିଦ୍ରୋହ ସମୟରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ । ଯାହା କାଳ୍ପନିକ ନୁହେଁ ବରଂ ବାସ୍ତବ । ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ କଷ୍ଟ ଓ ହୃଦୟ ବିଦାରକ କାହାଣୀ ଦେଖିବାକୁ ମିଳିଛି । ଯାହା ଗଣତନ୍ତ୍ର, ଧର୍ମ ,ରାଜନୀତି ଓ ମାନବିକତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏହି ଫିଲ୍ମ ଜି ଷ୍ଟୁଡିଓ ବ୍ୟାନରରେ ନିର୍ମାଣ କରାଯାଇଛି ।