ୟୁକ୍ରେନର ସେନା ମୁଖ୍ୟାଳୟକୁ ମିସାଇଲରେ ଉଡ଼ାଇଲା ଋଷ
1 min readଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନା ମୁଖ୍ୟାଳୟ ଧୂଳିସାତ୍ ହୋଇଛି । ଏହାସହ ୟୁକ୍ରେନର ବିଦେଶ ମନ୍ତ୍ରଣାଳୟ ତରଫରୁ ମଧ୍ୟ ଅନ୍ୟ ସହର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଟ୍ୱିଟରେ କୁହାଯାଇଛି ଯେ, ଋଷ ଅନ୍ତରାଷ୍ଟ୍ରୀୟ ମାନବୀୟ ନିୟମର ଉଲ୍ଲଘଂନ କରୁଛି । ଏହାସହ ଋଷ ସେ ନିର୍ଦ୍ଦୋଷ ନାଗରୀକଙ୍କୁ ହତ୍ୟା କରି ନାଗରିକ ଭିତ୍ତିଭୂମିକୁ ଛାରଖାର କରୁଛି ।
ସୂଚନା ଅନୁସାରେ ଋଷ ବର୍ତ୍ତମାନ ୟୁକ୍ରେନର ବଡ଼ ବଡ଼ ସହରକୁ ମିସାଇଲ ମାଧ୍ୟମରେ ଟାର୍ଗେଟ କରୁଛି । ତେବେ ଏନେଇ ବିଦେଶ ମନ୍ତ୍ରଣାଳୟ ଏକ ଭିଡିଓ ଟ୍ୱିଟ କରିଛ, ଯେଉଁଥିରେ ଖାରକିବର ପ୍ରସାଶନିକ ବିଲ୍ଡିଂ ଉପରେ ଆକ୍ରମଣର ଦୃଶ୍ୟ ସାମ୍ନାକୁ ଆସିଛି ।
Russia is waging war in violation of international humanitarian law. Kills civilians, destroys civilian infrastructure. Russiaʼs main target is large cities that now fired at by its missiles.
?Kharkiv, Administration building pic.twitter.com/BJgyNnDp1h
— MFA of Ukraine ?? (@MFA_Ukraine) March 1, 2022
ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରଦୂତ ଆଶ୍ଚର୍ଯ୍ୟ ଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧର ୫ମ ଦିନରେ ଋଷ ୟୁକ୍ରେନ ବିରୋଧରେ ପ୍ରତିବନ୍ଧିତ ଥର୍ମୋବେରିକ ଅସ୍ତ୍ର ବ୍ୟବହାର କରିଛି । ଏହି ଅସ୍ତ୍ର ସାହାଯ୍ୟରେ ସୋମବାର ଦିନ ବେକ୍ୟୁମ ବମ୍ ର ବ୍ୟବହାର କରିଯାଇଛି ଯାହାକି ଜେନେବା କଂବେଶନ ଅନୁସାରେ ପ୍ରତିବନ୍ଧିତ । ଏବଂ ଏହା ଏକ ବଡ଼ ଧରଣ ବିସ୍ଫୋଟକ ଯାହାର ବ୍ୟବହାର ପରିଣାମ ଅତ୍ୟନ୍ତ ଭୟାବହ ।
ରିପୋର୍ଟ ଅନୁସାରେ ଥର୍ମୋବେରିକ ବମକୁ ଦୁନିଆର ସବୁଠୁ ଘାତକ ପରାମାଣୁ ଶସ୍ତ୍ର ମଧ୍ୟରେ ଗଣାଯାଏ । ଏହାକୁ ଋଷ ୨୦୦୭ରେ ବିକଶିତ କରିଥିଲା । ୭୧୦୦କିଲୋ ଓଜନର ଏହି ବମ୍ ଅତ୍ୟନ୍ତ ଶକ୍ତିଶାଳୀ । ବଡ଼ ବଡ଼ ବିଲ୍ଡି ଭାଙ୍ଗିବାର କ୍ଷମତା ବହନ କରିଥାଏ ଏହି ଥର୍ମୋବେରିକ ବମ୍ ।