ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ; ନହେଲେ…
1 min readନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ । ବହୁ ଆନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତି ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । ସ୍ବାଗତ କରିବା ସହ ମୋଦିଙ୍କ ପାଖକୁ ଏକ ଚିଠି ଲେଖି ଲକ୍ଷ୍ମୀପୁର ଖେରୀ ଘଟଣାରେ ନ୍ୟାୟ ପାଇଁ ଦାବି କରିଛନ୍ତି । ଲକ୍ଷ୍ମୀପୁର ଖେରୀରେ ହୋଇଥିବା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।
..@narendramodi जी अगर देश के किसानों के प्रति आपकी नीयत सचमुच साफ है तो आज अपने केंद्रीय गृह राज्यमंत्री के साथ मंच पर विराजमान मत होईये, उनको बर्खास्त कीजिये।
प्रधानमंत्री जी को मेरा पत्र। pic.twitter.com/5XNAmAjmvN
— Priyanka Gandhi Vadra (@priyankagandhi) November 20, 2021
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ କୃଷକମାନଙ୍କ ଉପରେ ଗାଡି ଚଢ଼ାଇ ମାରିଥିବାର ଅଭିଯୋଗ ରହିଛି । କିନ୍ତୁ ଆପଣଙ୍କ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷିତ ଦେବାରେ ଲାଗିଛନ୍ତି । ଯଦି ଆପଣ କୃଷକମାନଙ୍କ ଭଲ ଚାହୁଁଛନ୍ତି ତେବେ ଆପଣ ଅଜୟ ମିଶ୍ରାଙ୍କ ସହ ମଞ୍ଚରେ ବସନ୍ତୁ ନାହିଁ ବୋଲି ମୋଦିଙ୍କୁ ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ପ୍ରିୟଙ୍କା ଗାନ୍ଧୀ ଏହି ଚିଠିରେ ମୋଦିଙ୍କୁ ଲେଖିଛନ୍ତି କି ଆପଣ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଦେଶର କୃଷକମାନଙ୍କ ପ୍ରତି ଥିବା ଦାୟିତ୍ବକୁ ଆପଣ ଭଲ ଭାବରେ ବୁଝିଥିବେ । ସବୁ ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ ନୁହେଁ, ଏହା ପ୍ରଧାନମନ୍ତ୍ରୀଙ୍କ ନୈତିକ ଅଧିକାର । ଗତକାଲି ଆପଣ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଆପଣ କହିଥିଲେ କି ମୁଁ ସ୍ବଚ୍ଛ ମନ ଏବଂ ହୃଦୟ ସହ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ଆଇନକୁ ପ୍ରତ୍ୟାହାର କରିବାର ଐତିହାସିକ ନିଷ୍ପତି ନେଇଥିଲେ । ଆପଣ ଏହା ମଧ୍ୟ କହିଥିଲେ କି କୃଷକମାନଙ୍କ ପ୍ରତି ଆପଣଙ୍କ ଭଲ ଉଦ୍ଦେଶ୍ୟ ଅଛି । ଯଦି ଏହା ସତ୍ୟ ତେବେ ଲକ୍ଷ୍ମୀପୁର ଖେରୀ ମାମଲାରେ ପୀଡିତଙ୍କୁ ନ୍ୟାୟ ଦେବା ଗୁରୁତ୍ବପୂର୍ଣ୍ଣ ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଏବେ ବି ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଅଛନ୍ତି । ଯଦି ଆପଣ ଅଭିଯୁକ୍ତଙ୍କ ପିତାଙ୍କ ସହ ମଞ୍ଚରେ ବସନ୍ତି ତେବେ ପୀଡିତଙ୍କ ପରିବାର ସ୍ପଷ୍ଟ ହୋଇଯିବ ଯେ ଆପଣ ଏବେ ବି ଅଭିଯୁକ୍ତଙ୍କ ସହିତ ଅଛନ୍ତି । ଯାହା କୃଷି ଆନ୍ଦୋଳନରେ ଶହିଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପ୍ରତି ଘୋର ଅପମାନ । ଯଦି ଆପଣଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ତେବେ ଆଜି ମଞ୍ଚରେ ଆପଣ ଅଜୟ ମିଶ୍ରାଙ୍କ ସହ ବସନ୍ତୁ ନାହିଁ ବୋଲି ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହା ସହ କୃଷକ ଆନ୍ଦୋଳନ ସମୟରେ ଚାଷୀଙ୍କ ନାମରେ ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ଚିଠିରେ ଲେଖିଛନ୍ତି ମୋଦି ।