ବିଜେପି ନେତ୍ରୀଙ୍କ ଅଜବ ଉପଦେଶ, ‘ସନ୍ଧ୍ୟା ୫ଟା ପରେ ଥାନାକୁ ଯାଆନ୍ତୁନି ମହିଳା’

1 min read
BJP Leader Baby Rani Maurya Advised Women In UP Not To Go Police Station After 5PM

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅସୁରକ୍ଷିତ ମହିଳା । ହାଥରସ୍ ହେଉ କି ଉନ୍ନାଓ ସବୁଠି ମହିଳା କେତେ ଯେ ଅସୁରକ୍ଷିତ ତାହା କାହାକୁ ଅଛପା ନାହିଁ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏବେ ଭାବମୂର୍ତ୍ତି ସଜାଡ଼ିବାରେ ଲାଗିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅନ୍ୟପଟେ ଦଳର ବରିଷ୍ଠ ନେତ୍ରୀ ମହିଳା ଓ ଝିଅଙ୍କୁ ସନ୍ଧ୍ୟାରେ ଘରୁ ନ ବାହାରିବା ଲାଗି ଉପଦେଶ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବି ରାଣୀ ମୋର୍ଯ୍ୟ କହିଛନ୍ତି ସନ୍ଧ୍ୟା ୫ଟା ପରେ ମହିଳା ଥାନାକୁ ନ ଯାଆନ୍ତୁ ।

ବାରଣାସୀରେ ଆୟୋଜିତ ଏକ ସଭାରେ ମହିଳାଙ୍କୁ ସନ୍ଧ୍ୟା ୫ଟା ପରେ ଥାନାକୁ ନଯିବା ଲାଗି କହିଛନ୍ତି ବିଜେପି ନେତ୍ରୀ । ଏଥିସହ କୃଷକଙ୍କୁ ଚାଷ ପାଇଁ ସାର୍ ମିଳୁ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି- ଥାନାରେ ମହିଳା ଅଧିକାରୀ ଓ ସବ୍ ଇନ୍ସପେକ୍ଟର ନିଶ୍ଚିତ ଥାଆନ୍ତି । କିନ୍ତୁ ସନ୍ଧ୍ୟା ୫ଟା ପରେ ଓ ଅନ୍ଧାର ହେବା ପରେ ଥାନାକୁ କେବେ ଯାଆନ୍ତୁ ନାହିଁ । ତା’ପରଦିନ ସକାଳେ ଯାଆନ୍ତୁ ଓ ସାଙ୍ଗରେ ଭାଇ, ସ୍ୱାମୀ କିମ୍ବା ବାପାଙ୍କୁ ନେଇ କରି ଥାନାକୁ ଯାଆନ୍ତୁ ।

ତେବେ, ବେବି ରାଣୀଙ୍କ ଏଭଳି ମନ୍ତବ୍ୟ କଣ ସୂଚାଉଛି ? ଉତ୍ତରପ୍ରଦେଶରେ ମହିଳାଙ୍କ ଲାଗି ଅସୁରକ୍ଷିତ ହୋଇ ପଡ଼ିଛି କି ପୋଲିସ ଥାନା ? ରାତି ହେଲେ ଥାନାରେ ରହୁନାହାଁନ୍ତି କି ମହିଳା ଅଧିକାରୀ ? ଏବେ ଏସବୁ ପ୍ରଶ୍ନ ଉଠୁଛି । ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ଅପରାଧ ଉତ୍ତରପ୍ରଦେଶରେ ଘଟୁଛି । ୨୦୨୦ ମସିହାରେ ଦେଶରେ ସର୍ବାଧିକ ୩ ହଜାର ୭୭୯ଟି ହତ୍ୟା ୟୁପିରେ ହୋଇଛି ।

Leave a Reply