ନମାଜ ବେଳେ ମସଜିଦରେ ଆତ୍ମଘାତି ବିସ୍ଫୋରଣ; ନିଜକୁ ଦାୟୀ କଲା ଆଇଏସ୍-କେ
1 min readକାବୁଲ: ଆଫଗାନିସ୍ତାନର କୁନ୍ଦୁଜ ମସଜିଦ ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ଆଇଏସ-କେ ଅର୍ଥାତ୍ ଆଇଏସ୍-ଖୁରାସାନ। ଯେଉଁଥିରେ ୧୦୦ ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆହତ ହୋଇଥିଲେ ।
ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ଏବଂ ତାଲିବାନର ଶାସନ ଭାର ଗ୍ରହଣ ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ ବିସ୍ଫୋରଣ। ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା ମୁସଲମାନ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ହେଉଥିଲା ।
ବିସ୍ଫୋରଣରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କୁ ସୁନ୍ନୀ ସମ୍ପ୍ରଦାୟ ଟାର୍ଗେଟ କରୁଛନ୍ତି। ଏହି ମସଜିଦରେ ଧର୍ମାବଲମ୍ବୀମାନେ ପ୍ରାର୍ଥନାରତ ଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା। ପ୍ରାର୍ଥନା ପୂର୍ବରୁ ବିସ୍ଫୋରଣ ଘଟାଇବା ଲାଗି ସମସ୍ତ ଯୋଜନା ହୋଇଥିଲା । ବିସ୍ଫୋରଣରେ ମସଜିଦ୍ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
ଅପରପକ୍ଷେ କୁନ୍ଦୁଜ ପ୍ରାନ୍ତରେ ତାଲିବାନର ଉପ ପୋଲିସ ମୁଖ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ହୋଇଥିବା ବିସ୍ଫୋରଣ ଆତ୍ମଘାତି ଆକ୍ରମଣକାରୀ ଦ୍ୱାରା ହୋଇ ଥାଇପାରେ । ତାଲିବାନ ସେମାନଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ଥିବା ନେଇ ମୁଁ ଆଶ୍ୱାସନା ଦେଉଛି ବୋଲି ସେ କହିଛନ୍ତି ।
ତେବେ ଏହା ପୂର୍ବରୁ କାବୁଲର ଏକ ମସଜିଦର ମୁଖ୍ୟ ଦ୍ୱାର ନିକଟରେ ଅକ୍ଟୋବର ୩ ତାରିଖରେ ଭୟଙ୍କର ବିସ୍ଫାରଣ ହୋଇଥିଲା । ଏଥିରେ ବହୁ ଲୋକଙ୍କର ଜୀବନ ଯାଇଥିଲା । ସେହିପରି ଆଇଏସଆଇଏସ୍-କେ ଅଗଷ୍ଟ ୨୬ ତାରିଖରେ କାବୁଲର ହମିଦ୍ କରଜଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଆତ୍ମଘାତି ଆକ୍ରମଣ କରିଥିଲା ।