spot_img

Latest Posts

ପାକିସ୍ତାନରେ ଇଶ୍ୱରନିନ୍ଦା ଅଭିଯୋଗରେ ସ୍କୁଲ ପ୍ରିନସିପାଲଙ୍କୁ ମୃତ୍ୟୁଦଣ୍ଡ

ଲାହୋର: ଈଶ୍ୱର ନିନ୍ଦା (ବ୍ଲାସଫେମୀ) ଅଭିଯୋଗରେ ପାକିସ୍ତାନ କୋର୍ଟ ମଙ୍ଗଳବାର ଏକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି । ଲାହୋର ଡିଷ୍ଟ୍ରିକ୍ଟ ଏଣ୍ଡ ସେସନ୍ସ ଜଜ୍ କୋର୍ଟ ନିସ୍ତର କୋଲନୀର ଏକ ଘରୋଇ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ସଲମା ତନବୀରଙ୍କୁ ମୃତ୍ୟୁଦଣ୍ଡାଦେଶ ସହ ୫ ହଜାର ପାକିସ୍ତାନୀ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଆଡିସନାଲ ଡିଷ୍ଟ୍ରିକ୍ଟ ଏଣ୍ଡ ସେସନ୍ସ ଜଜ୍ ମନସୁର ଅହମଦ ମୋକଦ୍ଦମାର ରାୟ ଘୋଷଣା କରି ପୈଗମ୍ବର ମହମ୍ମଦଙ୍କୁ ସଲମା ଇସ୍ଲାମର ଅନ୍ତିମ ପୈଗମ୍ବର ସ୍ୱୀକାର କରନ୍ତି ନାହିଁ ବୋଲି କହିଛନ୍ତି। ଏଣୁ ଏହା ଈଶ୍ୱର ନିନ୍ଦା ସହ ସମାନ ବୋଲି ଅଭିହିତ କରିବା ସହ ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ୨୦୧୩ ମସିହାରେ ଜନୈକ ସ୍ଥାନୀୟ ମୌଲବୀଙ୍କ ଅଭିଯୋଗ ଆଧାରରେ ଲାହୋର ପୋଲିସ ସଲମାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିଲା।

ତେବେ ସଲମାଙ୍କ ଓକିଲ ମହମ୍ମଦ ରମଜାନ ତାଙ୍କ ମହକିଲଙ୍କ ମାନସିକ ପରିସ୍ଥିତି ଭଲ ନଥିବା ଅଦାଲତଙ୍କୁ ସୂଚିତ କରିଥିଲେ। ଏଣୁ ତାଙ୍କ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖିବାକୁ ନିବେଦନ କରିଥିଲେ। ମାମଲାରେ କୋର୍ଟ ପ୍ରଧାନଶିକ୍ଷୟିତ୍ରୀଙ୍କ ମାନସିକ ସ୍ଥିତି ପରୀକ୍ଷଣ ନିମନ୍ତେ ପଞ୍ଜାବ ଇନିଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ସମ୍ପର୍କରେ ଇନିଷ୍ଟିଚ୍ୟୁଟ୍ ତାଙ୍କ ରିପୋର୍ଟ ଦେଇଥିବା ବେଳେ ମହିଳାଙ୍କ ମାନସିକସ୍ଥିତି ଅଦାଲତରେ ମୋକଦ୍ଦମା ପରିଚାଳନ ଲାଗି ସମ୍ପୂର୍ଣ୍ଣ ସୁସ୍ଥ ଥିବାର ସୂଚିତ କରିଥିଲେ।

ପାକିସ୍ତାନରେ ବିବାଦୀୟ ବ୍ଲାସଫେମୀ ଆଇନ ୧୯୮୭ ମସିହାରୁ କାର୍ଯ୍ୟକାରୀ ହେଉଛି। ସେବେଠାରୁ ଏପର୍ଯ୍ୟନ୍ତ ଅନୁନ୍ୟ ୧ ହଜାର ୪୭୨ ଜଣଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଥିବାର ଜଣାପଡିଛି। ଦେଶରେ ଏଭଳି ଅଭିଯୋଗର ଶିକାର ଲୋକେ ନିଜ ଇଛାରେ ଭଲ ଓକିଲ ନିଯୁକ୍ତ କରିପାରିନଥାନ୍ତି। ଅଧିକାଂଶ ଓକିଲ ଏଭଳି ସମ୍ବେଦନଶୀଳ ମୋକଦ୍ଦମା ଲଢିବା ଲାଗି ଆଗ୍ରହୀ ହୋଇ ନଥାନ୍ତି। ଇସ୍ଲାମରେ ଏହା ଔପନିବେଶିକ କାଳର ଏକ ଆଇନ ଯାହାକୁ ତତ୍କାଳୀନ ଏକଛତ୍ରବାଦୀ ଶାସକ ଜିଆ ଉଲହକ୍ ସଂଶୋଧନ କରି ଅଧିକ କଠୋର କରିଦେଇଥିଲେ।

Latest Posts

Don't Miss